ETV Bharat / sitara

କର୍ଣ୍ଣାଟକର ଆଇପିଏସ ଅଫିସର ରୂପାଙ୍କ ଉପରେ ରାଗିଲେ କୁଇନ - ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ପ୍ରତିକ୍ରିୟା

ପୁଣି ଚର୍ଚ୍ଚାରେ କଙ୍ଗନା । ଏଥର ତାଙ୍କ ରାଗର ଶିକାର ହୋଇଛନ୍ତି ଆଇପିଏସ ଅଫିସ ରୂପା । ଟ୍ବିଟରରେ ଚାଲିଛି ବାକ୍ ଯୁଦ୍ଧ । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ
author img

By

Published : Nov 20, 2020, 8:17 AM IST

ମୁମ୍ବାଇ: କର୍ଣ୍ଣାଟକର ଆଇପିଏସ୍ ଅଧିକାରୀ ଡି. ରୂପା ମୌଧଗିଲଙ୍କ ସମାଲୋଚନା । ସୋସିଆଲ ମିଡିଆରେ ଦୀପାବଳିରେ ବାଣ ଫୁଟାଇବା ଉପରେ ପ୍ରତିବନ୍ଧକ ଲଗାଇବାକୁ ସରକାରଙ୍କ ନିଷ୍ପତ୍ତିକୁ ସମର୍ଥନ କରିବା ପରଠୁ ତାଙ୍କର ଚର୍ଚ୍ଚା ହେଉଛି । ସେପଟେ ଟ୍ବିଟରରେ ଆରମ୍ଭ ହୋଇଯାଇଛି ବାକ୍ ଯୁଦ୍ଧ #ସେମଅନୟୁଆଇପିଏସରୂପା ଟ୍ରେଣ୍ଡ ମଧ୍ୟ କରୁଛି । ଯେଉଁଥିରେ ୟୁଜର୍ସ ତାଙ୍କୁ ବହୁତ ସମାଲୋଚନା କରୁଛନ୍ତି । ଖାଲି ଏତିକି ନୁହେଁ ଅଭିନେତ୍ରୀ କଙ୍ଗନା ରଣାୱତ ମଧ୍ୟ ତାଙ୍କ ବିରୋଧରେ ନଜର ଆସୁଛନ୍ତି । ତେବେ ଆସନ୍ତୁ ଜାଣିବା ପୁରା ମାମଲା...

କଥାଟି ହେଲା ଯେ ରୂପା ଏବଂ ‘ଟ୍ରୁ ଇଣ୍ଡୋଲୋଜି’ ଆକାଉଣ୍ଟ ମଧ୍ୟରେ ବାଣ ଫୁଟାଇବା ଉପରେ ନିଷେଧାଦେଶକୁ ନେଇ ଟ୍ବିଟରରେ ଏକ ବିତର୍କ ହୋଇଥିଲା । କିଛି ସମୟ ପରେ ଟ୍ବିଟର ‘ଟ୍ରୁ ଇଣ୍ଡୋଲୋଜି’ର ଆକାଉଣ୍ଟକୁ ସସପେଣ୍ଡ କରିଦେଲା । ଏହି ଆକାଉଣ୍ଟ ହିନ୍ଦୁ ସଂସ୍କୃତି ବିଷୟରେ ସୂଚନା ସେୟାର ପାଇଁ ବ୍ୟବହୃତ ହୋଇଥିଲା । କିନ୍ତୁ ରୂପା ଏହି ଆକାଉଣ୍ଟ ଉପରେ ଲୋକଙ୍କୁ ବିଭ୍ରାନ୍ତ କରୁଥିବା ଅଭିଯୋଗ କରିଥିଲେ ।

  • Side effects of reservations, when unworthy and undeserving gets the power they don’t heal they only hurt, I don’t know anything about her personal life but I guarantee that her frustration is stemming out of her incompetence #BringBackTrueIndology https://t.co/BUrVm1Fjz3

    — Kangana Ranaut (@KanganaTeam) November 18, 2020 " class="align-text-top noRightClick twitterSection" data=" ">

ଯାହା ଉପରେ କଙ୍ଗନା କହିଥିଲେ, ‘ସଂରକ୍ଷଣର ଖରାପ ପ୍ରଭାବ, ଯେତେବେଳେ ଅଯୋଗ୍ୟମାନେ ଶକ୍ତି ପାଆନ୍ତି, ସେମାନେ କ୍ଷତକୁ ସୁସ୍ଥ କରନ୍ତି ନାହିଁ । ସେମାନେ କେବଳ ଆଘାତ କରନ୍ତି । ମୁଁ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କିଛି ଜାଣେ ନାହିଁ କିନ୍ତୁ ମୁଁ ଗ୍ୟାରେଣ୍ଟି ଦେଉଛି ଯେ ତାଙ୍କର ଅସନ୍ତୋଷ ତାଙ୍କ ହତାଶାରୁ ଆସିଛି । ରୂପା ଯୁବକଙ୍କୁ ଭୟଭୀତ କରି ଧମକ ଦିଅନ୍ତି । ରୂପାଙ୍କୁ ନିଲମ୍ବନ କରାଯିବା ଉଚିତ ଏବଂ ପୋଲିସରେ ଏଭଳି ଅଧିକାରୀ ରହିବା ଲଜ୍ଜାଜନକ । ’

ପ୍ରକାଶ ଥାଉକି ‘ଟ୍ରୁ ଇଣ୍ଡୋଲୋଜି’ ଉପରେ ଅଭିଯୋଗ ଲଗାଇ ରୂପା ଟ୍ବିଟରେ କହିଥିଲେ, ‘କଳ୍ପିତ ନିର୍ଯାତନାରେ ପୀଡିତାଙ୍କ ପରି କାନ୍ଦୁଛି । ଲୋକଙ୍କ ନାମ ନ ନେଇ ଗାଳିଗୁଲଜ କରୁଛ । ଚୋରି କରି ସାହସ ଦେଖାଉଛ । ତୁମର ୟୁଜର୍ସ ଅନେକ ଲୋକଙ୍କୁ ଟ୍ରୋଲ କରନ୍ତି ଯେଉଁମାନେ ତଥ୍ୟ ସହିତ ବାସ୍ତବ କଥା କୁହନ୍ତି । ବର୍ତ୍ତମାନ ତୁମର ସମୟ ସମାପ୍ତ ହୋଇଛି ।’ ତାଙ୍କ ଏହି ଟ୍ବିଟ ଉପରେ ସମସ୍ତେ ଖପ୍ପା ନଜର ଆସୁଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.