ମୁମ୍ବାଇ: ବଲିଉଡରେ ପୁଣି ଦେଖିବାକୁ ମିଳିବା ରଙ୍ଗିଲା ଗାର୍ଲଙ୍କ ଜଲୱା । କାରଣ ବଲିଉଡକୁ କମବ୍ୟାକ କରିବେ ଉର୍ମିଲା ମାତୋଣ୍ଡକର । ବର୍ତ୍ତମାନ ରାଜନୀତିରେ ସକ୍ରିୟ ଥିବା ଉର୍ମିଲା ଦୀର୍ଘ ସମୟରୁ ଅଭିନୟ ଜଗତଠୁ ଦୂରେଇ ଅଛନ୍ତି । ହେଲେ ଏବେ ସେ 12 ବର୍ଷ ପରେ ପରଦାକୁ ଫେରିବେ ବୋଲି ସୂଚନା ଦେଇ ସମସ୍ତଙ୍କୁ ଖୁସ୍ କରିଦେଇଛନ୍ତି ।
ଆଉ ଜଣାଇଛନ୍ତି, ‘ମତେ ଲାଗୁଛି ଯେ ଏବେ ସମୟ ଆସିଯାଇଛି । ବଲିଉଡରେ ଦ୍ବିତୀୟ ଥର ଏଣ୍ଟ୍ରି ମାରିବାର । ଯେତେବେଳେ ମୁଁ ମୋ କ୍ୟାରିୟର ବିଷୟରେ ଭାବୁଛି ତେବେ ଲାଗୁଛି ମୁଁ ଦର୍ଶକଙ୍କ ହୃଦୟରେ ନିଜ ପାଇଁ ସ୍ଥାନ ସୃଷ୍ଟି କରିବାରେ ସଫଳ ହୋଇଥିଲି । ଏପର୍ଯ୍ୟନ୍ତ ମୋ କ୍ୟାରିୟର ଶାନଦାର ସାବ୍ୟସ୍ତ ହୋଇଛି। ଏପରି ମୋ ଫିଲ୍ମ କ୍ୟାରିୟରକୁ ଶେଷ କରିବାକୁ ଚାହୁଁନାହିଁ । ମୋ ଆଗାମୀ ଫିଲ୍ମ ପୁଣି ଦର୍ଶକଙ୍କୁ ପସନ୍ଦ ଆସିବ ବୋଲି ଆଶା କରୁଛି ।’
ଫିଲ୍ମ ବ୍ୟତୀତ ଉର୍ମିଲା ଡିଜିଟାଲ ଦୁନିଆରେ ମଧ୍ୟ ପଦାର୍ପଣ କରିବେ ବୋଲି ଚର୍ଚ୍ଚା । ପ୍ରକାଶ ଥାଉକି 90 ଦଶକରେ ଉର୍ମିତା ଫେମସ ନିର୍ମାତା, ନିର୍ଦ୍ଦେଶକଙ୍କ ସହ କାମ କରିଥିଲେ । ସେ ରାମ ଗୋପାଲ ବର୍ମାଙ୍କ ରୋମାଣ୍ଟିକ ଡ୍ରାମା ଫିଲ୍ମ ‘ରଙ୍ଗିଲା’ରୁ ରାତାରାତି ସଫଳ ଅଭିନେତ୍ରୀ ସାଜିଥିଲେ ।