ETV Bharat / sitara

ସୁଶାନ୍ତ-ରିଆଙ୍କ କେସରେ ମହେଶଙ୍କ ଭୂମିକା ଉପରେ ପ୍ରଶ୍ନବାଚୀ ସୃଷ୍ଟି କଲେ ସୁଚିତ୍ରା - ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାର ଏବେ କଡାକଡି ଯାଞ୍ଚ ଚାଲିଛି

ସୁଶାନ୍ତଙ୍କ କେସରେ ପ୍ରତିକ୍ରିୟା ଦେଇଛନ୍ତି ଅଭିନେତ୍ରୀ ସୁଚିତ୍ରା । ସେ ମହେଶଙ୍କୁ ଟାର୍ଗେଟ କରି ମନ କଥା ବଖାଣିଛନ୍ତି । ଅଧିକା ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ
author img

By

Published : Sep 1, 2020, 2:49 PM IST

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାର ଏବେ କଡାକଡି ଯାଞ୍ଚ ଚାଲିଛି । ତାଙ୍କ କେସରେ ଲଗାତାର ସନ୍ଦେହ ଘେରରେ ଆସୁଛନ୍ତି ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀ । ଇତିମଧ୍ୟରେ ଫେମସ ଅଭିନେତ୍ରୀ ସୁଚିତ୍ରା କ୍ରିଷ୍ଣାମୂର୍ତ୍ତି ଏହି ମାମଲାରେ ପ୍ରତିକ୍ରିୟା ଦେଇଛନ୍ତି । ସେ ସୁଶାନ୍ତ ଓ ରିଆଙ୍କ କେସରେ ଫେମସ ନିର୍ମାତା ମହେଶ ଭଟ୍ଟଙ୍କ ଭୂମିକା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି । ଏହାସହ ସେ ଜାଣିବାକୁ ଚାହୁଁଛନ୍ତି କି ସୁଶାନ୍ତଙ୍କ କେସରେ ପଚରାଉଚରା ପାଇଁ ସିବିଆଇ ତରଫରୁ ମହେଶଙ୍କୁ ଡକାଯାଇଛି କି ନାହିଁ ।

ସେ ସୋମବାର ସନ୍ଧ୍ୟାରେ ଏକ ଟ୍ବିଟ କରି ଲେଖିଛନ୍ତି, ‘ମହେଶଙ୍କୁ ପଚରାଉଚରା ପାଇଁ ସିବିଆଇ ଡାକିଛି କି ନାହିଁ ? ସେ ସେହି ସମୟରେ କଣ କରୁଥିଲେ । ଯେବେ ରିଆ ସୁଶାନ୍ତଙ୍କ ଘର ଜୁନ 8ରେ ଛାଡିଥିଲା ।’

ପ୍ରକାଶ ଥାଉକି ସୁଶାନ୍ତଙ୍କ ମୃତ୍ୟୁ ପରଠୁ ବାରମ୍ବାର ରିଆ ଓ ମହେଶଙ୍କ ସମ୍ପର୍କକୁ ନେଇ ସୋସିଆଲ ମିଡିଆରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ସୁଶାନ୍ତଙ୍କ ମୃତ୍ୟୁରେ କ୍ରୋଧିତ ଥିବା କିଛି ଫ୍ୟାନ୍ସଙ୍କ ଅନୁଯାୟୀ ସୁଶାନ୍ତଙ୍କୁ ଆତ୍ମହତ୍ୟା କରିବାକୁ ଉସକାଇଥିଲେ ମହେଶ । ଯେଉଁଥିରେ ତାଙ୍କ ସାଥ ଦେଇଥିଲେ ରିଆ ।

ସେହିପରି ନିକଟରେ ରିଆଙ୍କ ଓ ମହେଶଙ୍କ କିଛି ହ୍ବାଟ୍ସଆପ ଚାଟ ଖୁବ୍ ଭାଇରାଲ ହୋଇଥିଲେ । ଯାହାକୁ ଆଧାର କରି ଦୁଇଜଣଙ୍କ ସମ୍ପର୍କକୁ ନେଇ ସମସ୍ତଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା । ଏହାବ୍ୟତୀତ ସୋସିଆଲ ମିଡିଆରେ ମଧ୍ୟ ଦୁଇଜଣଙ୍କ ଥ୍ରୋବ୍ୟାକ ଭିଡିଓ, ଫଟୋ ଭାଇରାଲ କରି ସମାଲୋଚନା କରୁଛନ୍ତି ୟୁଜର୍ସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.