ମୁମ୍ବାଇ: ନିକଟରେ ବିଜନେସମ୍ୟାନ ଗୌତମ କିଚଲୁଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ ସାଉଥର ଲୋକପ୍ରିୟ ଅଭିନେତ୍ରୀ କାଜଲ ଅଗ୍ରୱାଲ । ମାଳଦ୍ବୀପରେ ହନିମୁନ ବିତାଇ ଘରକୁ ଫେରିଛନ୍ତି ଏହି ଯୋଡି । ଆଉ ସୋମବାର ଧୁମଧାମରେ ପାଳନ କରିଛନ୍ତି ଭାଇ ଦୁଜ । ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
କାଜଲ ଇନଷ୍ଟାଗ୍ରାମ ଷ୍ଟୋରିରେ ନିଜ ପରିବାର ସହ କିଛି ଫଟୋ ପୋଷ୍ଟ କରିଛନ୍ତି । ଯେଉଁଥିରେ ତାଙ୍କ ସ୍ବାମୀ ଗୌତମ ମଧ୍ୟ ନଜର ଆସୁଛନ୍ତି । ସେ ଏକ ଅତି ସୁନ୍ଦର ପୋଷାକ ପିନ୍ଧି ଚମତ୍କାର ଦେଖାଯାଉଥିଲେ | ଷ୍ଟେଟମେଣ୍ଟ କାନଫୁଲ ଏବଂ ୱେଜ୍ ସହିତ ସେ ନିଜର ପାରମ୍ପାରିକ ଲୁକ୍ କଭର କରିଥିବା ବେଳେ ଗୌତମ ବ୍ଲୁ ସର୍ଟ ଓ ବ୍ଲାକ ପ୍ୟାଣ୍ଟ କ୍ୟାରି କରିଥିବାର ନଜର ଆସିଛନ୍ତି । ଦେଖନ୍ତୁ ଫଟୋ...
ପ୍ରକାଶ ଥାଉକି ଗତ ମାସ 30 ତାରିଖରେ ମୁମ୍ବାଇରେ ସମ୍ପନ୍ନ ହୋଇଥିଲା ଏହି ଯୋଡିଙ୍କ ବିବାହ । ଏହାପୂର୍ବରୁ ସୋସିଆଲ ମିଡିଆରେ ବିବାହ କଥା ଫ୍ୟାନ୍ସଙ୍କୁ ଜଣାଇ ଚର୍ଚ୍ଚାରେ ଆସିଥିଲେ କାଜଲ । ତାଙ୍କ ଲାଗି ମନ ପସନ୍ଦ ବର ଖୋଜିଛନ୍ତି ଘର ଲୋକେ ବୋଲି କହିଥିଲେ ସେ ।