ମୁମ୍ବାଇ: ଏବେ ବଲିଉଡ ସେଲିବ୍ରିଟିଙ୍କ ଚାଲିଛି ଭ୍ୟାକେସନ । ଏହି କିଛି ମାସ ମଧ୍ୟରେ ଅନେକ ସେଲିବ୍ରିଟି ନିଜ ପରିବାର ସହ ସମୟ ବିତାଇବାକୁ ବିଦେଶ ଯାତ୍ରା କରିଛନ୍ତି । ମୁଖ୍ୟକଥା ହେଲା ପ୍ରାୟ ସେଲିବ୍ରିଟି ମାଳଦ୍ବୀପର ସୌନ୍ଦର୍ଯ୍ୟ ଏନଜୟ କରୁଥିବାର ନଜର ଆସୁଛନ୍ତି । ବର୍ତ୍ତମାନ ଏହି କ୍ରମରେ ସାମିଲ ଅଛନ୍ତି ସୁନ୍ଦରୀ ଅଭିନେତ୍ରୀ ରକୁଲ ପ୍ରୀତ ସିଂ । ସେ ମଧ୍ୟ ହଲିଡେ ମୁଡରେ ଦେଖାଯାଉଛନ୍ତି । ଆଉ ନିଜକୁ ୱାଟର ଫ୍ରେକ୍ ବୋଲି ଜଣାଇଛନ୍ତି ।
ମଙ୍ଗଳବାର ସେ ନିଜର ଏକ ଫଟୋ ପୋଷ୍ଟ କରି ଲେଖିଥିଲେ, ‘ଫେଲ୍ 7 ଟାଇମ୍ସ, ଷ୍ଟାଣ୍ଡ ଅପ୍ 8 । ଜଷ୍ଟ ଦ୍ୟାଟ୍ ହିୟର ଆଇ ଫେଲ୍ 70 ଟାଇମ୍ସ । ଫ୍ଲାୟବୋର୍ଡ, ୱାଟରଫ୍ରେକ୍ ।’ ଫଟୋରେ ଦେଖିବାକୁ ମିଳୁଛି ସେ ସମୁଦ୍ରରେ ଫ୍ଲାୟବୋର୍ଡ କରିବାକୁ ଚେଷ୍ଟା କରୁଛନ୍ତି ।
- " class="align-text-top noRightClick twitterSection" data="
">
ସେପଟେ ଫ୍ୟାନ୍ସଙ୍କ ମନ କିଣିଛି ତାଙ୍କ ଏହି ଫଟୋ । ଏଯାବତ 10 ହଜାରୁ ଅଧିକ ଲାଇକ୍ସ ମିଳିସାରିଲାଣି । ଏହାବ୍ୟତୀତ ଯଦି ତାଙ୍କ ଫିଲ୍ମ ବିଷୟରେ କଥା ହେବା ତାହାଲେ ସେ ମହାନାୟକ ଅମିତାଭ ବଚ୍ଚନ ଓ ଅଜୟ ଦେବଗନଙ୍କ ଆଗାମୀ ଫିଲ୍ମ ‘ମେ ଡେ’ରେ ନଜର ଆସିବେ । ଯାହାର ନିର୍ଦ୍ଦେଶନା ଏବଂ ପ୍ରଯୋଜନା ଦାୟିତ୍ବ ଅଜୟ ତୁଲାଉଛନ୍ତି । ରକୁଲ ଫିଲ୍ମରେ ଜଣେ ପାଇଲଟ ଭୂମିକାରେ ଦେଖାଯିବେ । ଅଜୟଙ୍କ ସହ ଏହା ତାଙ୍କର ଦ୍ବିତୀୟ ଫିଲ୍ମ । ପୂର୍ବରୁ ଏହି ଯୋଡି କମେଡି ଡ୍ରାମା ଫିଲ୍ମ ‘ଦେ ଦେ ପ୍ୟାର ଦେ’ରେ କାମ କରିଥିଲେ ।
@IANS