ମୁମ୍ବାଇ: ଆଜି ପୁରା ଦେଶରେ ଭାଇ-ଭଉଣୀଙ୍କ ପବିତ୍ର ବନ୍ଧନ ରାକ୍ଷୀ ପୂର୍ଣ୍ଣିମା ପାଳନ କରୁଛନ୍ତି ସମସ୍ତେ । ହେଲେ କୋରୋନା କାଳରେ ଯଦିଓ ଅନେକ ଭାଇ ନିଜ ନିଜ ଭଉଣୀଙ୍କଠୁ ଦୂରରେ ଅଛନ୍ତି, ତଥାପି ସୋସିଆଲ ମିଡିଆରେ ପୋଷ୍ଟ କରି ନିଜ ଭଉଣୀଙ୍କୁ ଶୁଭେଚ୍ଛା ଦେବାରେ ଲାଗିଛନ୍ତି । ଏଥରୁ ବାଦ ପଡିନାହାଁନ୍ତି ସେଲିବ୍ରିଟି ମଧ୍ୟ । ଅନେକ ସେଲିବ୍ରିଟି ଭାଇ-ଭଉଣୀ ଇମୋସନାଲ ପୋଷ୍ଟ କରୁଥିବାର ନଜର ଆସୁଛନ୍ତି । ଏହି କ୍ରମରେ ସାମିଲ ଅଛନ୍ତି ବି-ଟାଉନର ସେକ୍ସୀ ଅଭିନେତ୍ରୀ ମଲାଇକା ଅରୋରା । ବର୍ତ୍ତମାନ ସେ ନିଜ ନୂଆ ପୋଷ୍ଟକୁ ନେଇ ଚର୍ଚ୍ଚାରେ । ଯାହା ସେ ରାକ୍ଷୀ ପୂର୍ଣ୍ଣିମାରେ ନିଜ ଭଉଣୀ ତଥା ଅଭିନେତ୍ରୀ ଅମୃତା ଅରୋରାଙ୍କ ପାଇଁ ସେୟାର କରିଛନ୍ତି ।
- " class="align-text-top noRightClick twitterSection" data="
">
ସେ ଇନଷ୍ଟାଗ୍ରାମରେ ଅମୃତାଙ୍କ ସହ ନିଜର ଏକ ଫଟୋ ସେୟାର କରି ଲେଖିଛନ୍ତି, ‘ତୁମ ହିଁ ବନ୍ଧୁ, ସଖା ତୁମେ, ଏହା କେବଳ ଏକ ପ୍ରାର୍ଥନା ନୁହେଁ କିମ୍ବା ଗୋଟିଏ ଗୀତ ନୁହେଁ । ଏହା ଆମ ନିବିଡ ସମ୍ପର୍କକୁ ଦର୍ଶାଉଛି । ତୁମେ କେବଳ ମୋ ସାନ ଭଉଣୀ ନୁହେଁ । ତୁମେ ମୋ ସେହି ବେଷ୍ଟଫ୍ରେଣ୍ଡ, ଯାହାଙ୍କ ଆବଶ୍ୟକ ମତେ ସବୁଠୁ ଅଧିକ । ଯେବେ ମତେ ଛୁଆ ହେବାକୁ ଇଚ୍ଛା ହେଉଛି ତୁମେ ସେହି ସମୟରେ ବଡ ଭଉଣୀ ସାଜୁଛ । ମୁଁ କେବେ ଭାଇର ଅଭାବକୁ ଅନୁଭବ କରିନାହିଁ । ଆମେ ପରସ୍ପର ପାଇଁ ସବୁ କିଛି । ଆଉ ଆମ ଦୁଇଜଣଙ୍କ ବଣ୍ଡି ବିଷୟରେ କହିବାକୁ ଶବ୍ଦ କମ ପଡିବ । ରାକ୍ଷୀ ପୂର୍ଣ୍ଣିମାର ଅନେକ ଅନେକ ଶୁଭେଚ୍ଛା । ଧନ୍ୟବାଦ ମୋ ଜୀବନରେ ଅନେକ ଭୂମିକା ରୂପେ ସାମିଲ ହୋଇଥିବାରୁ । ଜଣେ ଭଉଣୀ, ଜଣେ ଭାଇ ଆଉ ଜଣେ ଭଲ ବନ୍ଧୁ ରୂପେ ।’
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ