ETV Bharat / sitara

ମ୍ୟାଲେରିଆ ଆକ୍ରାନ୍ତ କ୍ରିତି, ଫ୍ୟାନ୍ସଙ୍କୁ କଲେ ଖାସ୍ ଅନୁରୋଧ - କ୍ରିତି ଖରବନ୍ଦା ଆଗାମୀ ‘ତୈଶ’ଫିଲ୍ମ

ପରଦାରେ ଖୁବଶୀଘ୍ର ବିକ୍ରାନ୍ତଙ୍କ ସହ ରୋମାନ୍ସ କରୁଥିବାର ନଜର ଆସିବେ କ୍ରିତି । ହେଲେ ମ୍ୟାଲେରିଆ ବର୍ତ୍ତମାନ ପୀଡିତ ସେ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କ୍ରିତି ଖରବନ୍ଦା
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କ୍ରିତି ଖରବନ୍ଦା
author img

By

Published : Nov 7, 2020, 10:43 AM IST

ମୁମ୍ବାଇ: ଅଭିନେତ୍ରୀ କ୍ରିତି ଖରବନ୍ଦା ଖୁବଶୀଘ୍ର ଫିଲ୍ମ ‘ତୈଶ’ରେ ନଜର ଆସିବେ । ନିକଟରେ ଫିଲ୍ମର ଦମଦାର ଟ୍ରେଲର ରିଲିଜ ହୋଇଥିଲା । ଫିଲ୍ମ ବ୍ୟତୀତ ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟାକୁ ନେଇ ଚର୍ଚ୍ଚା । କାରଣ କ୍ରିତି ମ୍ୟାଲେରିଆରେ ପୀଡିତ ଥିଲେ। ହେଲେ ଇତିମଧ୍ୟରେ ରେଷ୍ଟ କରି ବିରକ୍ତ ହୋଇ ସେ ଫ୍ୟାନ୍ସଙ୍କୁ ନିଜର ମିମି ପଠାଇବାକୁ କହି ଆଶ୍ଚର୍ଯ୍ୟ କରିଦେଇଛନ୍ତି । ମ୍ୟାଲେରିଆ ହେବା ପରେ ନିଜର ଆଗାମୀ ଫିଲ୍ମ ‘14 ଫେରେ’ର ସୁଟିଂ ସେ ଅଧାରେ ବନ୍ଦ କରିଥିଲେ । ତାଙ୍କ ସହ ଏହି ଫିଲ୍ମରେ ନଜର ଆସିବେ ବିକ୍ରାନ୍ତ ମେସି ।

ଶୁକ୍ରବାର ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରି ସେ ଲେଖିଥିଲେ, ‘ଏହା ମୋର ମ୍ୟାଲେରିଆ କେସ୍ । ଏହା କେବଳ କିଛି ସମୟ ପାଇଁ । କାରଣ ମତେ ମୋ କାମକୁ ଫେରିବାର ଅଛି । ଯାହା ମୋ ପାଇଁ ଚିନ୍ତାର ବିଷୟ । ବର୍ତ୍ତମାନ ମୁଁ ଠିକ୍ ଅଛି । ଆପଣଙ୍କୁ ଅପଡେଟ ଦେଉଥିବି । ମୁଁ ରେଷ୍ଟ ନେଇ ନେଇ ବିରକ୍ତ ହୋଇଗଲେଣି । ଦୟା କରି ମୋର କିଛି ମଜାଦାର ମିମି ସେୟାର କର । ଯାହାକୁ ଦେଖି ମୁଁ ହସିବି ।’

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କ୍ରିତି ଖରବନ୍ଦା
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କ୍ରିତି ଖରବନ୍ଦା

ପ୍ରକାଶ ଥାଉକି କ୍ରିତି ଶେଷ ଥର ଅନୀସ ବଜ୍ମୀଙ୍କ ଫିଲ୍ମ ‘ପାଗଲପନ୍ତୀ’ରେ ନଜର ଆସିଥିଲେ । ଯେଉଁଥିରେ ପୁଲକିତ ସମ୍ରାଟ, ଜନ ଆବ୍ରାହମ, ଅର୍ଶଦ ୱାରସୀ, ଅନିଲ କପୁର, ଇଲିୟାନା ଡିକ୍ରୁଜ ଓ ସୌରଭ ଶୁକ୍ଲା ଭଳି କଳାକାର କାମ କରିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.