ETV Bharat / sitara

ଅକ୍ଷୟଙ୍କ ସହ ପୁଣି ଧମାଲ କରିବେ ଜ୍ୟାକଲିନ

ଜ୍ୟାକଲିନଙ୍କ ହାତରେ ଆଉ ଏକ ପ୍ରୋଜେକ୍ଟ । ‘ଭୂତ ପୋଲିସ’ ସହ ସାଜିଦଙ୍କ ଅପକମିଂ ଫିଲ୍ମ ‘ବଚ୍ଚନ ପାଣ୍ଡେ’ରେ ଦେଖାଇବେ ନିଜ ଜଲୱା । ଅଧିକ ପଢନ୍ତୁ...

author img

By

Published : Dec 1, 2020, 12:30 PM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଜ୍ୟାକଲିନ ଫର୍ଣ୍ଣାଡେଜ

ମୁମ୍ବାଇ: ଶ୍ରୀଲଙ୍କା ସୁନ୍ଦରୀ ଜ୍ୟାକଲିନ ଫର୍ଣ୍ଣାଡେଜଙ୍କ ଫ୍ୟାନ୍ସ ପାଇଁ ଗୁଡନ୍ୟୁଜ । ସେ ସୁପରଷ୍ଟାର ଅକ୍ଷୟ କୁମାରଙ୍କ ଆଗାମୀ ଚର୍ଚ୍ଚିତ ଫିଲ୍ମ ‘ବଚ୍ଚନ ପାଣ୍ଡେ’ରେ ସାମିଲ ହୋଇଛନ୍ତି । ସାଜିଦ ନାଦିଆଦୱାଲଙ୍କ ଏହି କମେଡି ଡ୍ରାମା ଫିଲ୍ମରେ ତାଙ୍କ ସହ ନଜର ଆସିବେ କିର୍ତ୍ତୀ ସାନନ ଓ ଅର୍ଶଦ ୱାରସୀ ଭଳି ଷ୍ଟାର । ନିକଟରେ ଫିଲ୍ମରେ ଅର୍ଶଦଙ୍କୁ ଏଣ୍ଟ୍ରି କରାଯାଇଥିବା ବେଳେ ଏବେ ଜ୍ୟାକଲିନଙ୍କୁ ସାମିଲ କରିଛନ୍ତି ମେକର୍ସ । ଯାହାକୁ ନେଇ ତାଙ୍କ ଖୁସି ନକହିଲେ ସରେ । ଆଉ ଖିଲାଡିଙ୍କ ସହ ସ୍କ୍ରିନ ସେୟାର କରିବାକୁ ନେଇ ନିଜ ଉତ୍ସାହିତ ପ୍ରକାଶ କରିବା ସହ ସାଜିଦଙ୍କ ପ୍ରଶଂସା ମଧ୍ୟ କରିଛନ୍ତି ।

ଏହି ବିଷୟରେ ଆଲୋଚନା କରି ସେ କହିଛନ୍ତି, ‘ମୁଁ ଯେତେବେଳେ ଏହି ଇଣ୍ଡଷ୍ଟ୍ରିରେ ନୂଆ ଥିଲି ସେହି ସମୟରେ ସାଜିଦଙ୍କ ସହ କାମ କରିବାର ସାଜିଦଙ୍କ ସହ କାମ କରିବାକୁ ସୁଯୋଗ ପାଇଥିଲି । ହାଉସଫୁଲର ଆଇଟମ ସଙ୍ଗ ଧନୋ ଗୀତ ପରଠୁ ଆମ ବନ୍ଧୁତା ମଧ୍ୟ ବଢିଚାଲିଥିଲା । ବଚ୍ଚନ ପାଣ୍ଡେରେ ପୁଣି ତାଙ୍କ ସହ କାମ କରିବି । ଏହା ପୂର୍ବରୁ ଆମେ 7ଟି ଫିଲ୍ମରେ ଏକାଠି କାମ କରିସାରିଛି । ବର୍ତ୍ତମାନ ମୁଁ ଆଉ ଅପେକ୍ଷା କରିପାରୁନାହିଁ ଅକ୍ଷୟଙ୍କ ସହ ପୁଣି କାମ କରିବାକୁ । ସବୁବେଳେ ତାଙ୍କ ସହ ମୁଁ ଫନ୍ନ ଦୁନିଆରେ ହଜିଯାଏ । ମୁଁ ଆଶା କରୁଛି ଆମେ ପୁଣି ଏକାଠି ଧମାଲ କରିବୁ । ମୁଁ ଆସନ୍ତା ଜାନୁଆରୀରେ ଫିଲ୍ମର ସୁଟିଂ ଆରମ୍ଭ କରିବି । ଏଥର ମୋର ନୂଆ ରୂପ ଦେଖିବେ ସମସ୍ତେ । ଯାହା ମୁଁ ପୂର୍ବରୁ କେବେ କରିନାହିଁ ।’

ପ୍ରକାଶ ଥାଉକି ଏହାବ୍ୟତୀତ ଜ୍ୟାକଲିନ କମେଡି ଡ୍ରାମା ଫିଲ୍ମ ‘ଭୂତ ପୋଲିସ’ରେ ନଜର ଆସିବେ । ବର୍ତ୍ତମାନ ଏହି ଫିଲ୍ମର ସୁଟିଂ ଧର୍ମଶାଳାରେ କରୁଛନ୍ତି ସୈଫ ଅଲ୍ଲୀ ଖାନ, ଅର୍ଜୁନ କପୁର । ଏହି ଷ୍ଟାର୍ସଙ୍କ ବ୍ୟତୀତ ଫିଲ୍ମରେ ଫାତିମା ସନା ସେଖ, ଅଲ୍ଲୀ ଫଜଲ, କୁନାଲ ଖେମୁ ମଧ୍ୟ ଅଭିନୟ କରୁଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.