ମୁମ୍ବାଇ: ଅଭିନେତ୍ରୀ ଦିଶା ପଟାନୀ ଫିଟନେସ ଫ୍ରେକ୍ ବୋଲି ସମସ୍ତଙ୍କୁ ଜଣା । ସେ ନିଜକୁ ଫିଟ୍ ରଖିବା ପାଇଁ ଘଣ୍ଟାଇ ଘଣ୍ଟାଇ ଜିମ୍ରେ ବିତାଆନ୍ତି । ଏଥର ମଧ୍ୟ ଏମିତି କିଛି ଦେଖିବାକୁ ମିଳୁଛି । 70 କେଜି ଓଜନରେ ୱାର୍କଆଉଟ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି ସେ । ଭାଇରାଲ ହେଉଛି ତାଙ୍କ ଭିଡିଓ ।
ସେ ଇନଷ୍ଟାଗ୍ରାମରେ ସେୟାର କରିଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ 70 କେଜିରେ ଡେଡ୍ ଲିଫ୍ଟ କରିବା ସହ 30 କୋଜି ଓଜନରେ ହିପ୍ ଥ୍ରଷ୍ଟର ତିନୋଟି ସେଟ୍ ପୁରା କରୁଥିବାର ନଜର ଆସୁଛନ୍ତି ।
ଭିଡିଓକୁ ସେୟାର କରି କ୍ୟାପସନରେ ଲେଖିଛନ୍ତି, ‘ମୋର କିଛି ପସନ୍ଦୀୟ ଏକ୍ସରସାଇଜ କରିବା ପାଇଁ ।’ ସେପଟେ ତାଙ୍କ କଥିତ ବୟଫ୍ରେଣ୍ଡ ତଥା ଅଭିନେତା ଟାଇଗର ଶ୍ରଫଙ୍କ ମା' ଆୟଶା ତାଙ୍କ ୱାର୍କଆଉଟର ପ୍ରଶଂସା କରିଛନ୍ତି । ଦେଖନ୍ତୁ ଭିଡିଓ...
- " class="align-text-top noRightClick twitterSection" data="
">
ପ୍ରକାଶ ଥାଉକି ସୁପରଷ୍ଟାର ସଲମାନ ଖାନଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ‘ରାଧେ’ରେ ନଜର ଆସିବେ ଦିଶା । ଏବର୍ଷ ଇଦ ତଥା ମେ 13ରେ ରିଲିଜ ହେବାକୁ ଯାଉଛି ଫିଲ୍ମ । ଏକ୍ସାଇଟେଡ ଫ୍ୟାନ୍ସ ।