ମୁମ୍ବାଇ: ନିକଟରେ ସୁପରଷ୍ଟାର ସଲମାନ ଖାନଙ୍କ ଫିଲ୍ମ ‘ରାଧେ’ ରିଲିଜ ହୋଇଥିଲା । ଯେଉଁଥିରେ ଦିଶା ପଟାନୀଙ୍କ ସେକ୍ସୀ ଅନ୍ଦାଜ ଦେଖିବାକୁ ମିଳୁଛି । ଫିଲ୍ମକୁ ବର୍ତ୍ତମାନ ମିଶ୍ରିତ ପ୍ରିତିକ୍ରିୟା ମିଳିବାରେ ଲାଗିଛି । ଇତିମଧ୍ୟରେ ବଲିଉଡରେ 5 ବର୍ଷ ପୂରଣ କରିବାକୁ ଯାଉଛନ୍ତି ଦିଶା । ସେ ସୁପରଡୁପର ହିଟ୍ ଫିଲ୍ମ ‘ଏମଏସ ଧୋନୀ’ରୁ ନିଜ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ । ଯାହା 2016ରେ ରିଲିଜ ହୋଇଥିଲା ।
ସେପ୍ଟେମ୍ବରରେ 5 ବର୍ଷ ଅଭିନୟ କ୍ୟାରିୟର ପୂରଣ କରିବାକୁ ଯାଉଥିବା ଦିଶା ଏହି ଅବସରରେ କହିଛନ୍ତି, ‘ସମୟ କେବଳ ଗଡି ଚାଲେ। ମୁଁ ଏତେ କୃତଜ୍ଞ ଯେ ଏପରି ଶାନଦାର ସୁଯୋଗ ପାଇଥିବାରୁ । ମୁଁ କରିଥିବା ପ୍ରତ୍ୟେକ ଫିଲ୍ମ ମୋ ପାଇଁ ସ୍ବତନ୍ତ୍ର ଏବଂ ମୁଁ ଅନୁଭବ କରୁଛି ଯେ ମୁଁ ପାଇଥିବା ସମସ୍ତ ଜିନିଷ ସହିତ ମୁଁ ପ୍ରକୃତରେ ଭାଗ୍ୟବାନ। ଯାହାକୁ ନେଇ ମୁଁ ବହୁତ ଖୁସି । ମୁଁ କେବେ ଅଭିନେତ୍ରୀ ହେବାକୁ ଯୋଜନା କରି ନଥିଲି ବରଂ ବାୟୁସେନା ପାଇଲଟ୍ ହେବାକୁ ଚାହୁଁଥିଲି । ହେଲେ ମୋ ଭାଗ୍ୟରେ ଅଭିନେତ୍ରୀ ହେବାର ଥିଲା । ଯାହା ବି ହେଉ ବର୍ତ୍ତମାନ ମୋ କ୍ୟାରିୟରକୁ ନେଇ ମୁଁ ଖୁସି ଅଛି।’
ପ୍ରକାଶ ଥାଉକି ଦିଶା ଖୁବଶୀଘ୍ର ମୋହିତ ସୋରୀଙ୍କ ଆଗାମୀ ଫିଲ୍ମ ଏକ ‘ଭିଲେନ ରିଟର୍ନସ୍’ରେ ନଜର ଆସିବେ । ଏହି ଆକ୍ସନା ଡ୍ରାମା ଫିଲ୍ମର ସୁଟିଂ ସେ ନିକଟରେ କରିଥିଲେ । ଏହି ଫିଲ୍ମରେ ତାଙ୍କ ସହ ଅଭିନୟ କରିବେ ଜନ ଆବ୍ରାହମ, ତାରା ସୁତାରିଆ ଓ ଅର୍ଜୁନ କପୁର ।