ମୁମ୍ବାଇ: ବି-ଟାଉନର ଆନ୍ନା ସୁନୀଲ ସେଟ୍ଟୀ ଦୀର୍ଘ ସମୟରୁ ଫିଲ୍ମଠୁ ଦୂରେଇ ଅଛନ୍ତି । ହେଲେ ନିଜ ଲାଇଫଷ୍ଟାଇଲ ପାଇଁ ସେ ସବୁବେଳେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରନ୍ତି । ସୁନୀଲ ବଲିଉଡର ଫିଟ୍ ଅଭିନେତାଙ୍କ ମଧ୍ୟର ଅନ୍ୟତମ । ସେ ଜଣେ ଫିଟନେସ ଫ୍ରିକ ଅଭିନେତା । ଇତିମଧ୍ୟରେ ତାଙ୍କ ଫିଟନେସ ସହ ସମ୍ପୃକ୍ତ ଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଚହଳ ସୃଷ୍ଟି କରିଛି ।
ଭିଡିଓରେ ସୁନୀଲ ହାଇ ଇଣ୍ଟେନ୍ସିଟି ୱାର୍କଆଉଟ କରୁଥିବାର ଦେଖାଯାଉଛନ୍ତି । 58 ବର୍ଷରେ ତାଙ୍କ ପରଫେକ୍ଟ ବଡି ଦେଖି ସମସ୍ତେ ଆଶ୍ଚର୍ଯ୍ୟ । ଭିଡିଓ ସର୍ଟଲେସ ହୋଇ ସବୁ ଏକ୍ସରସାଇଜ କରୁଛନ୍ତି । ତାଙ୍କ ଏହି କଡା ପରିଶ୍ରମ ତାଙ୍କ ଶରୀରରେ ଦେଖିବାକୁ ମିଳୁଛି ।
ପ୍ରକାଶ ଥାଉକି ସୁନୀଲଙ୍କ ଏହି ଭିଡିଓରେ ଫେମସ ଅଭିନେତା ଟାଇଗର ଶ୍ରଫ, ଅନିଲ କପୁର, ଅନୁଭବ ସିହ୍ନା ଭଲି ସେଲିବ୍ରିଟି କମେଣ୍ଟ କରି ଚର୍ଚ୍ଚାରେ । ଆପଣ ବି ଦେଖନ୍ତୁ ତାଙ୍କ ୱାର୍କଆଉଟ ଭିଡିଓ...
- View this post on Instagram
Nothing feels better! 👊🏽 @fittrwithsquats @bodyfirstwellness #reelitfeelit #eatlocal
">