ମୁମ୍ବାଇ: କ୍ୟୁଟ ଆକ୍ଟର ଶାହିଦ କପୁର ବର୍ତ୍ତମାନ ନିଜ ଫିଲ୍ମ ‘ଜର୍ମି’କୁ ନେଇ ଖୁବ୍ ବ୍ୟସ୍ତ । ଏହି ଫିଲ୍ମରେ ସେ କ୍ରିକେଟର ଭୂମିକାରେ ଦେଖାଯିବେ । ଯାହା ପାଇଁ ଖୁବ୍ ପରିଶ୍ରମ କରୁଛନ୍ତି ସେ । ଏହାବ୍ୟତୀତ ସେ ପତ୍ନୀ ମୀରା ରାଜପୁତଙ୍କ ପାଇଁ ଏବେ ଚର୍ଚ୍ଚା ଆସିଛନ୍ତି । କାରଣ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଦୁଇଜଣଙ୍କ ଫଟୋ । ଆଉ ରୋମାଣ୍ଟିକ ଅନ୍ଦାଜରେ ମୀରାଙ୍କ ବିଷୟରେ ଲେଖିଛନ୍ତି ଖାସ୍ କଥା ।
ରବିବାର ଇନଷ୍ଟାଗ୍ରାମରେ ମୀରାଙ୍କ ସହ ନିଜର ଏକ ରୋମାଣ୍ଟିକ ଫଟୋ ପୋଷ୍ଟ କରି ସେ ଲେଖିଛନ୍ତି, ‘ବାସ୍ ଏତିକି ମୁଁ ମେଘୁଆ ଶୀତ ସନ୍ଧ୍ୟାରେ ଚାହେଁ ।’ କଥାଟି ହେଲା ଯେ ଏହି ଫଟୋରେ ମୀରାଙ୍କୁ ଆଲିଙ୍ଗନ କରୁଥିବାର ନଜର ଆସୁଛନ୍ତି ଶାହିଦ ।
- " class="align-text-top noRightClick twitterSection" data="
">
ପ୍ରକାଶ ଥାଉକି ଏବର୍ଷ ଦିୱାଲୀ ମୀରାଙ୍କ ଦିଲ୍ଲୀ ଘରେ ସେଲିବ୍ରେଟ କରିଛନ୍ତି ଶାହିଦ । ଯାହାର ଅନେକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯଦି ଶାହିଦଙ୍କ ‘ଜର୍ସି’ ବିଷୟରେ କଥା ହେବା ତେବେ ତାଙ୍କ ସହ ଏହି ଫିଲ୍ମରେ ନଜର ଆସିବେ ‘ସୁପର 30’ ଅଭିନେତ୍ରୀ ମୃଣାଳ ଠାକରୁ । ଏହି ଫିଲ୍ମଟି ତେଲୁଗୁ ସୁପରଡୁପର ହିଟ୍ ଫିଲ୍ମ ‘ଜର୍ସି’ର ହିନ୍ଦୀ ରିମେକ । ପୂର୍ବରୁ ମଧ୍ୟ ଶାହିଦ ତେଲୁଗୁ ଫିଲ୍ମ ‘ଅର୍ଜୁନ ରେଡ୍ଡୀ’ର ହିନ୍ଦୀ ରିମେକ ‘କବୀର ସିଂ’ରେ ନଜର ଆସିସାରିଛନ୍ତି । ଯାହା 2019ର ବ୍ଲକବଷ୍ଟର ଫିଲ୍ମ ସାଜିଥିଲା ।
@ians_india