ETV Bharat / sitara

ପୋଲିସ ଅଫିସର ହେବେ ରାଜକୁମାର, ମସଲ୍ସ ଉପରେ କରୁଛନ୍ତି କଡା ପରିଶ୍ରମ

author img

By

Published : Dec 15, 2020, 10:50 AM IST

ଭୂମିଙ୍କ ସହ ଏଥର ପରଦାରେ ରୋମାନ୍ସ କରିବେ ରାଜକୁମାର । ପୋଲିସ ଅଫିସର ହୋଇ ଭୂମିଙ୍କ କିଣିବେ ମନ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରାଜକୁମାର ରାଓ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରାଜକୁମାର ରାଓ

ମୁମ୍ବାଇ: ସବୁବେଳେ ନିଜ ଅଭିନୟ ଜରିଆରେ ଦର୍ଶକଙ୍କୁ ମୋହିତ କରୁଥିବା ରାଜକୁମାର ଏଥର ଭିନ୍ନ ଅନ୍ଦାଜ ଭିନ୍ନ କାହାଣୀ ନେଇ ପରଦାରେ ନଜର ଆସିବେ । ସେ କମେଡି ଡ୍ରାମା ଫିଲ୍ମ ‘ବଧାଇ ଦୋ’ରେ ନଜର ଆସିବେ । ଫିଲ୍ମରେ ତାଙ୍କ ସହ ରୋମାନ୍ସ କରୁଥିବାର ନଜର ଆସିବେ ସୁନ୍ଦରୀ ଅଭିନେତ୍ରୀ ଭୂମି ପେଡନେକର । ନିଜର ଏହି ଆଗାମୀ ପ୍ରୋଜେକ୍ଟ ପାଇଁ ବର୍ତ୍ତମାନ ନିଜ ବଡି ଟ୍ରାନ୍ସଫରମେସନ କରିବାରେ ଲାଗିଛନ୍ତି ରାଜ । ସେହିପରି ନିକଟରେ ଫ୍ୟାନ୍ସଙ୍କୁ ଫିଲ୍ମ ବିଷୟରେ ଜଣାଇ ଉତ୍ସାହିତ କରିଦେଇଥିଲେ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରାଜକୁମାର ରାଓ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରାଜକୁମାର ରାଓ

ମଜାଦାର କଥା ହେଲା ଯେ ‘ବଧାଇ ଦୋ’ରେ ରାଜକୁମାର ଜଣେ ପୋଲିସ ଅଫିସର ଭୂମିକାରେ ନଜର ଆସିବେ । ହେଲେ ମହିଳା ଥାନରେ ସେ ଏକମାତ୍ର ପୁରୁଷ ପୋଲିସ ଥିବେ । ଫିଲ୍ମର କାହାଣୀ ଏମିତି ଯାହା ପୂର୍ବରୁ କେହି ଦେଖିନଥିବେ । କାରଣ ଫିଲ୍ମରେ ଜଣେ ପୁରୁଷ ସମଲିଙ୍ଗୀ ଜଣେ ମହିଳା ସମଲିଙ୍ଗୀ ସହ ବିବାହ କରିବେ ।

ସେପଟେ ଫିଲ୍ମ ପାଇଁ କଡା ପରିଶ୍ରମ କରୁଥିବା ରାଜକୁମାର ଏବେ ସୋସିଆଲ ମିଡିଆରେ ନିଜ ମସଲ୍ସର ଫଟୋ ପୋଷ୍ଟ କରିବାରେ ଲାଗିଛନ୍ତି । ପ୍ରକାଶ ଥାଉକି ‘ବଧାଇ ଦୋ’ ଆୟୁଷ୍ମାନ ଖୁରାନା ଓ ସନୟା ମଲହୋତ୍ରାଙ୍କ ଅଭିନୀତ ହିଟ୍ ଫିଲ୍ମ ‘ବଧାଇ ହୋ’ର ସିକ୍ବେଲ ଫିଲ୍ମ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.