ମୁମ୍ବାଇ: ସୁପରଷ୍ଟାର ଅକ୍ଷୟ କୁମାର ଓ ପରେଶ ରାୱଲଙ୍କ ହିଟ୍ ଫିଲ୍ମ ‘ଓ ମାଇଁ ଗଡ୍’ର ସିକ୍ବେଲକୁ ନେଇ ଦୀର୍ଘ ସମୟରୁ ଚର୍ଚ୍ଚା । ଚଳିତ ବର୍ଷ ଫିଲ୍ମର ସିକ୍ବେଲ ଘୋଷଣା କରିଥିଲେ ମେକର୍ସ। ହେଲେ ଏଥର ପରେଶଙ୍କ ସ୍ଥାନରେ ଆଉ ଜଣେ ଫେମସ ଅଭିନେତାଙ୍କୁ ଦେଖିବାକୁ ଯାଉଛନ୍ତି ଦର୍ଶକ । ଆଜ୍ଞା ହଁ, ଏଥର ସିକ୍ବେଲରେ ପରେଶ ନୁହେଁ ବରଂ ଲୋକପ୍ରିୟ ଅଭିନେତା ପଙ୍କଜ ତ୍ରିପାଠୀ ନଜର ଆସିବେ ।
ସେହିପରି ଫିଲ୍ମର ସୁଟିଂ ଦୁଇ ମାସରେ ପୂରଣ କରିବାକୁ ଯୋଜନା କରିଛନ୍ତି ମେକର୍ସ । ସୂଚନା ଅନୁଯାୟୀ ବର୍ତ୍ତମାନ ଆଇସୋଲେସନରେ ଗୋଟିଏ ଟିମ ଫିଲ୍ମର ପ୍ରି-ପ୍ରଡକ୍ସନ ଉପରେ କାମ କରୁଛି । ଆସନ୍ତା ଅକ୍ଟୋବର ସୁଧା ଫିଲ୍ମର ସୁଟିଂ ଶେଷ ହେବ ବୋଲି କୁହାଯାଉଛି ।
ପ୍ରକାଶ ଥାଉକି ‘ଓ ମାଇଁ ଗଡ୍’ର ନିର୍ଦ୍ଦେଶନା ଦାୟିତ୍ବ ତୁଲାଇ ଥିଲେ ଉମେଶ ଶୁକ୍ଲା । ହେଲେ ସିକ୍ବେଲ ନିର୍ଦ୍ଦେଶକଙ୍କ ନାମ ଏପର୍ଯ୍ୟନ୍ତ ନିର୍ମାତାଙ୍କ ଦ୍ବାରା ପ୍ରକାଶ କରାଯାଇ ନାହିଁ। ଯାହାର ଘୋଷଣା ଖୁବଶୀଘ୍ର କରିବେ ନିର୍ମାତା । ଅକ୍ଷୟଙ୍କ ସହ ଏହା ପଙ୍କଜଙ୍କ ଦ୍ବିତୀୟ ଫିଲ୍ମ ହେବାକୁ ଯାଉଛି । ନିକଟରେ ସେ ଅକ୍ଷୟଙ୍କ ବଚ୍ଚନ ପାଣ୍ଡେରେ ସାମିଲ ହୋଇଥିଲେ ।