ETV Bharat / sitara

ଆଉ କିଛି ଦିନ ପରେ ଆରମ୍ଭ ହେବ ‘ଭୁଲ ଭୁଲୈୟା’ 2ର ସୁଟିଂ

author img

By

Published : Dec 7, 2020, 9:57 AM IST

ଖୁବଶୀଘ୍ର ପରଦାରେ ଦେଖିବାକୁ ମିଳିବ ‘ଭୁଲ ଭୁଲୈୟା 2’ର ସୁଟିଂ । ଏ ମାସରେ ଫିଲ୍ମର ସୁଟିଂ ମୁମ୍ବାଇ ଓ ଲକ୍ଷ୍ନୌରେ ଆରମ୍ଭ କରିବାକୁ ସ୍ଥିର କରିଛନ୍ତି ମେକର୍ସ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କାର୍ତ୍ତିକ ଆର୍ୟନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କାର୍ତ୍ତିକ ଆର୍ୟନ

ମୁମ୍ବାଇ: ସୁପରଷ୍ଟାର ଅକ୍ଷୟ କୁମାରଙ୍କ ସୁପରହିଟ୍ ଫିଲ୍ମ ‘ଭୁଲ ଭୁଲୈୟା’ ରିମେକକୁ ନେଇ ଦୀର୍ଘ ସମୟରୁ ଚର୍ଚ୍ଚାରେ । ଯେଉଁଥିରେ ନଜର ଆସିବେ କ୍ୟୁଟ ଆକ୍ଟର କାର୍ତ୍ତିକ ଆର୍ୟନ । ଆଉ ତାଙ୍କ ସହ ରୋମାନ୍ସ କରିବେ ‘କବୀର ସିଂ’ ଫେମ କିୟାରା ଆଡଭାନୀ । କୋରୋନା ସଙ୍କଟ ପାଇଁ ଫିଲ୍ମର ସୁଟିଂ ଆରମ୍ଭ ହୋଇପାରିନଥିଲା । ହେଲେ ଫିଲ୍ମରୁ କାର୍ତ୍ତିକ ଫାଷ୍ଟଲୁକ ପୋଷ୍ଟ ଜାରି କରି ଦର୍ଶକଙ୍କ ଏକ୍ସାଇଟମେଣ୍ଟ ବଢାଇ ଦେଇଥିଲେ ମେକର୍ସ । ଇତିମଧ୍ୟରେ ଫିଲ୍ମ ସୁଟିଂକୁ ନେଇ ନୂଆ ଖବର ଶୁଣିବାକୁ ମିଳୁଛି । ବର୍ତ୍ତମାନ କାର୍ତ୍ତିକ ଓ କିୟାରା ପ୍ରସ୍ତୁତ ହୋଇସାରିଛନ୍ତି ଫିଲ୍ମ ସୁଟିଂ ପାଇଁ । ଏମାସରେ ସୁଟିଂ ଆରମ୍ଭ କରିବେ ମେକର୍ସ ।

ଏହାର ସୂଚନା ଦେଇ ନିର୍ଦ୍ଦେଶକ ଅନୀସ ବଜ୍ମି କହିଛନ୍ତି, ‘ଆମେ ଏହି ମାସରୁ ଭୁଲ ଭୁଲୈୟା 2ର ସୁଟିଂ ଆରମ୍ଭ କରିବୁ ଏବଂ ଫେବୃଆରୀ-ମାର୍ଚ୍ଚ ସୁଦ୍ଧା ଏହାକୁ ଶେଷ କରିବାକୁ ଚେଷ୍ଟା କରିବୁ । ଆମେ ପ୍ରଥମେ ମୁମ୍ବାଇରେ ଏବଂ ପରେ ଲକ୍ଷ୍ନୌରେ ସୁଟିଂ କରିବୁ । ଏକ ସେଟ୍ ନିର୍ମାଣ କରାଯିବ ଏବଂ ସମସ୍ତ ଆବଶ୍ୟକୀୟ ସତର୍କତା ଅବଲମ୍ବନ କରାଯିବ । ଏହି ଯୋଜନାଗୁଡିକ ନିର୍ମାତାଙ୍କ ଦ୍ବାରା ସ୍ଥିର କରାଯାଇଛି ।’

ପ୍ରକାଶ ଥାଉକି କାର୍ତ୍ତିକ ଓ କିୟାରାଙ୍କ ବ୍ୟତୀତ ଫିଲ୍ମରେ ଅଭିନେତ୍ରୀ ତବ୍ବୁ, ରାଜପାଲ ଯାଦବ ଓ ଗୋବିନ୍ଦା ନାମଦେବ ନଜର ଆସିବେ । ଏହି ହରର କମେଡି ଫିଲ୍ମର ସୁଟିଂକୁ ନେଇ ବର୍ତ୍ତମାନ ଏକ୍ସାଇଟେଡ ଷ୍ଟାର୍ସ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.