ETV Bharat / sitara

‘ଏକ ଭିଲେନ ରିଟର୍ଣ୍ଣସ୍‌’ର ସେଟରେ ଜିତେନ୍ଦ୍ର, ଖୁସି ଷ୍ଟାରକାଷ୍ଟ - ନିର୍ଦ୍ଦେଶକ ମୋହିତ ସୌରୀଙ୍କ ଆଗାମୀ ଫିଲ୍ମ

2014ରେ ଆସିଥିବା ଫିଲ୍ମ ‘ଏକ ଭିଲେନ’ର ସିକ୍ବେଲ ଫିଲ୍ମ ‘ଏକ ଭିଲେନ ରିଟର୍ଣ୍ଣସ୍’ ନେଇ ଫେରିବେ ଜନ ଓ ଦିଶା । ଗୁରୁବାର ଫିଲ୍ମ ସେଟରେ ନଜର ଆସିଲେ ଜିତେନ୍ଦ୍ର ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ବାଲାଜି ମୋଶନ ପିକ୍ଚର

author img

By

Published : Mar 19, 2021, 8:46 AM IST

ମୁମ୍ବାଇ: ଭେଟେରାନ ଅଭିନେତା ଜିତେନ୍ଦ୍ର ଗୁରୁବାର ‘ଏକ ଭିଲେନ ରିଟର୍ଣ୍ଣସ୍‌’ ଫିଲ୍ମର କାଷ୍ଟ ଏବଂ କ୍ରୁ ସଦସ୍ୟଙ୍କୁ ଭେଟିବା ପାଇଁ ସେଟରେ ପହଞ୍ଚିଥିଲେ। ସେ ନିର୍ଦ୍ଦେଶକ ମୋହିତ ସୌରୀ, ଅଭିନେତା ଜନ ଅବ୍ରାହମ ଏବଂ ଅଭିନେତ୍ରୀ ଦିଶା ପଟାନୀଙ୍କ ସହ କିଛି ସମୟ ବିତାଇଥିଲେ । ଏହାସହ କଳାକାରଙ୍କୁ ଆଶୀର୍ବାଦ ମଧ୍ୟ ଦେଇଛନ୍ତି । ସେପଟେ ଜିତେନ୍ଦ୍ରଙ୍କ ସହ ଭେଟି ବେଶ୍ ଖୁସି ଅଛନ୍ତି ଜନ ଓ ଦିଶା ।

ବାଲାଜି ମୋଶନ ପିକ୍ଚରର ଇନଷ୍ଟାଗ୍ରାମରେ ସେଟରୁ ଏକ ଫଟୋ ସେୟାର କରାଯାଇଛି । ଯେଉଁଥିରେ ଜିତେନ୍ଦ୍ରଙ୍କ ସହ ମୋହିତ, ଜନ ଏବଂ ଦିଶା ନଜର ଆସୁଛନ୍ତି । ଆଉ ଏହାର କ୍ୟାପସନରେ ଲେଖାଯାଇଛି, ‘ପ୍ରକୃତରେ ସେଟରେ ଜିତେନ୍ଦ୍ର ସାରଙ୍କୁ ଦେଖିବା ମଧୁର ଆନନ୍ଦ ।’

ଯଦି ‘ଏକ ଭିଲେନ ରିଟର୍ଣ୍ଣସ୍’ ବିଷୟରେ କଥା ହେବା ତାହାଲେ 2014ରେ ରିଲିଜ ହୋଇଥିବା ଶ୍ରଦ୍ଧା କପୁର ଓ ସିଦ୍ଧାର୍ଥ ମଲହୋତ୍ରାଙ୍କ ଫିଲ୍ମ ‘ଏକ ଭିଲେନ’ର ସିକ୍ବେଲ ଫିଲ୍ମ । ଯେଉଁଥିରେ ଅଭିନେତା ରିତେଶ ଦେଶମୁଖଙ୍କୁ ଭିଲେନ ଅବତାରରେ ଦେଖିବାକୁ ମିଳିଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.