ମୁମ୍ବାଇ: ନିର୍ମାତା କରନ ଜୋହରଙ୍କ ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ୍ ଦ ଇୟର 2’ରେ ଡେବ୍ୟୁ କରିଥିବା ଅଭିନେତ୍ରୀ ଅନନ୍ୟା ପାଣ୍ଡେ ପପୁଲାର ଷ୍ଟାରକିଡ ମଧ୍ୟରେ ଅନ୍ୟତମ । ନିକଟରେ ତାଙ୍କ ଅଭିନୀତ ଫିଲ୍ମ ‘ଖାଲି ପିଲି’ ଓଟିଟି ପ୍ଲାଟଫର୍ମରେ ରିଲିଜ ହୋଇଥିଲେ । ଫିଲ୍ମରେ ସେ ଫେମସ ଆକ୍ଟର ଈଶାର ଖଟ୍ଟରଙ୍କ ଅପୋଜିଟ୍ ଅଭିନୟ କରିଥିଲେ । ଆଜି ସେ 22 ବର୍ଷରେ ପଦାର୍ପଣ କରିଛନ୍ତି । ଆଉ ତାଙ୍କ ଜନ୍ମଦିନକୁ ଖାସ୍ କରିବା ପାଇଁ ବାପା ତଥା ଅଭିନେତା ଚଙ୍କି ପାଣ୍ଡେ ଶାନଦାର ଅନ୍ଦାଜରେ ୱିଶ କରିଛନ୍ତି ।
- " class="align-text-top noRightClick twitterSection" data="
">
ଲାଡଲୀଙ୍କ ସହ ନିଜର ଏକ ଫଟୋ ସେୟାର କରି ଚଙ୍କି ଲେଖିଛନ୍ତି,‘ହାପି ବର୍ଥଡେ ମୋ ଅନନ୍ୟା।’ ସେପଟେ ବାପାଙ୍କ ପୋଷ୍ଟ ଦେଖିବା ମାତ୍ରେ ରିପ୍ଲାଇ କରି ଅନନ୍ୟା ମଧ୍ୟ ହାର୍ଟ ଇମୋଜି ଦେଇଛନ୍ତି । ଏହାବ୍ୟତୀତ ନୀଲମ କୋଠାରୀ ଓ ୱାର୍ଦ୍ଧା ଖାନ ନାଦିୟାଦୱାଲା ମଧ୍ୟ ଏହି ପୋଷ୍ଟରେ କମେଣ୍ଟ କରିଛନ୍ତି ।
ଫଟୋରେ ବାପା-ଝିଅଙ୍କ ଭଲ ବଣ୍ଡିଂ ଦେଖିବାକୁ ମିଳୁଛି। ଚଙ୍କିଙ୍କ ବ୍ୟତୀତ ପପୁଲାର ଅଭିନେତ୍ରୀ ମୌନ ରାୟ ମଧ୍ୟ ଇନଷ୍ଟା ଷ୍ଟୋରିରେ ଅନନ୍ୟାଙ୍କ ଏକ ଫଟୋ ସେୟାର କରି ବର୍ଥଡେ ୱିଶ କରିଛନ୍ତି ।
ପ୍ରକାଶ ଥାଉକି ଅନନ୍ୟା ଏବେ ଗୋଆରେ ଶକୁନ ବାତ୍ରାଙ୍କ ଫିଲ୍ମ ସୁଟିଂରେ ବ୍ୟସ୍ତ ଅଛନ୍ତି । ସେପଟେ ସେ ଖୁବଶୀଘ୍ର ସାଉଥ ସୁପରଷ୍ଟାର ବିଜୟ ଦେବରକୋଣ୍ଡାଙ୍କ ସହ ‘ଫାଇଟର’ରେ ମଧ୍ୟ ନଜର ଆସିବେ । ଯାହାର ପ୍ରଯୋଜନା ଦାୟିତ୍ବ ତୁଲାଉଛନ୍ତି କରନ।