ETV Bharat / sitara

କଙ୍ଗନାଙ୍କ ‘ଧାକଡ’ରେ ଅର୍ଜୁନଙ୍କ ଏଣ୍ଟ୍ରି, ସ୍କ୍ରିପ୍ଟ ପ୍ରଶଂସାରେ ଅଭିନେତା

author img

By

Published : Jan 4, 2021, 8:10 AM IST

ଏଥର ପରଦାରେ ଜମିବ ଅର୍ଜୁନ ଓ କଙ୍ଗନାଙ୍କ ଯୋଡି । ଧାକଡରେ ସାମିଲ ହେଲେ ଅଭିନେତା । ପୂର୍ବରୁ ୱେବ ଶେ ‘ନେଲ୍ ପଲିଶ୍’ ପାଇଁ ଆସିସାରିଛନ୍ତି ଚର୍ଚ୍ଚାରେ । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: କଙ୍ଗନା ରଣାୱତ ଏବର୍ଷ ବ୍ୟାକଟୁ ବ୍ୟାକ ଫିଲ୍ମ ନେଇ ଫେରିବେ । ସେ ‘ଥଲାଇଭି’, ‘ତେଜସ୍’ ଓ ‘ଧାକଡ’ ଭଳି ଫିଲ୍ମ ଜରିଆରେ ପୁଣି ଦର୍ଶକଙ୍କୁ ଦିୱାନା କରିବାକୁ ଯାଉଛନ୍ତି । ଇତିମଧ୍ୟରେ ଚର୍ଚ୍ଚାରେ ତାଙ୍କ ‘ଧାକଡ’ ଫିଲ୍ମ । କାରଣ ଫିଲ୍ମରେ ସାମିଲ ହୋଇଛନ୍ତି ହ୍ୟାଣ୍ଡସମ ଆକ୍ଟର ଅର୍ଜୁନ ରାମପାଲ । ଯାହାକୁ ନେଇ ଉତ୍ସାହିତ ଫ୍ୟାନ୍ସ । ସେପଟେ ଏହି ହାଇ ଆକ୍ସନ ଡ୍ରାମା ଫିଲ୍ମରେ ସାମିଲ ହୋଇ ନିଜ ମନ କଥା ସେୟାର କରିଛନ୍ତି ଅର୍ଜୁନ ।

ଆଉ ଜଣାଇଛନ୍ତି, ‘ମୁଁ ଫିଲ୍ମକୁ ନେଇ ବହୁତ ଉତ୍ସାହିତ ଅଛି । ଯାହାର ସ୍କ୍ରିପ୍ଟ ଆକର୍ଷଣୀୟ । ମୁଁ କିଛି ଦିନ ପୂର୍ବରୁ ଫିଲ୍ମରେ ସାଇନ କରିସାରିଥିଲେ । ଆଉ ଏବେ ଏହାର ଯାତ୍ରାରେ ସାମିଲ ହେବା ପାଇଁ ଟ୍ରେନିଂ ଆରମ୍ଭ କରିଦେଇଛି । ଫିଲ୍ମ ପାଇଁ ମହତ୍ବପୂର୍ଣ୍ଣ ହେଲା ରିହର୍ସଲ୍ କରିବା । ଯାହା ଆମେ ଆରମ୍ଭ କରିଦେଇଛୁ ।’

ଯଦି ‘ଧାକଡ’ର କଥା ହେବା ତେବେ ଫିଲ୍ମରେ କଙ୍ଗନାଙ୍କ ଜାସୁସ୍ ଅବତାର ଦେଖିବାକୁ ମିଳିବ । ଯାହାର ନିର୍ଦ୍ଦେଶନା ଦାୟିତ୍ବ ତୁଲାଉଛନ୍ତି ନିର୍ଦ୍ଦେଶକ ରଜନୀଶ ରଜି ଘାଇ । ସେହିପରି ଫିଲ୍ମର ପ୍ରଯୋଜନା କରୁଛନ୍ତି ସୋହିଲ ମାଖଲିଆ । 2019ରେ ଫିଲ୍ମର ଟିଜର ଜାରି କରିଥିଲେ ମେକର୍ସ । ହେଲେ 2020ରେ କୋରୋନା ସଙ୍କଟ ପାଇଁ ଫିଲ୍ମର ସୁଟିଂ ଅଧାରେ ବନ୍ଦ ହୋଇଯାଇଥିଲା ।

ପ୍ରକାଶ ଥାଉକି ଅର୍ଜୁନ ‘ଧାକଡ’ ବ୍ୟତୀତ ଡିଜିଟାଲ ପ୍ରୋଜେକ୍ଟ କ୍ରାଇମ ଡ୍ରାମା ଶୋ ‘ନେଲ୍ ପଲିଶ’ରେ ମଧ୍ୟ ନଜର ଆସିସାରିଛନ୍ତି । ଯେଉଁଥିରେ ସେ ପ୍ରତିରକ୍ଷା ଓକିଲ ସିଡ୍ ଜୟସିଂ ଭୂମିକାରେ ଅଭିନୟ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.