ନୂଆଦିଲ୍ଲୀ: ବିବାଦୀୟ ମଡେଲ ତଥା ଅଭିନେତ୍ରୀ ପୁନମ ପାଣ୍ଡେଙ୍କର ଗିରଫ ଘଟଣା ଏକ ଚର୍ଚ୍ଚାର ବିଷୟବସ୍ତୁ ପାଲଟିଛି । ଏହି କଥାକୁ ଅସ୍ୱୀକାର କରି ପୁନମ୍ ତାଙ୍କ ଇନଷ୍ଟାଗ୍ରାମରେ କହିଛନ୍ତି ଯେ, ମୁଁ ଗିରଫ ହୋଇନାହିଁ । ମୁଁ ମୋର ବନ୍ଧୁ ସାମ ଅହମ୍ମଦ ବମ୍ବେଙ୍କ ସହ ମୋର ଫିଲ୍ମ କାମରେ ବ୍ୟସ୍ତରେ ଥିଲି ।
ସୂତ୍ର ଆଧାରରେ ଏହା ପୂର୍ବରୁ ଏକ ଖବର ମିଳିଥିଲା ଯେ, ପୁନମ୍ ପାଣ୍ଡେ ଏବଂ ସାମ ଲକଡାଉନ ନିୟମକୁ ଉଲ୍ଲଂଘନ କରି ମେରେଇନ ଡ୍ରାଇଭରେ ଏକ ହାଇ ଏଣ୍ତ କାରରେ ବୁଲୁଥିବାର ସୂଚନା ମିଳିଥିଲା । ଏନେଇ ସେମାନଙ୍କ ବିରୋଧରେ ଏକ ଏଫ.ଆଇ.ଆର ଜାରି କରାଯାଇଥିଲା । କିନ୍ତୁ ପୁନମ୍ ଏହି ଖବରକୁ ମଧ୍ୟ ଅସ୍ବିକାର କରିଥିଲେ ।
- View this post on Instagram
Guys I heard I got arrested, While I was having a movie marathon last night.
">
ତେବେ, ଏହି ପରିପ୍ରେକ୍ଷୀରେ ସିନିଅର ପୋଲିସ ଇନ୍ସପେକ୍ଟର ମିତ୍ରୁଞ୍ଜୟ ହିରେମାଥ କହିଛନ୍ତି ଯେ, ସାମ ଏବଂ ପୁନମ୍ ଏହି ଦୁଇଜଣଙ୍କ ବିରୁଧରେ ଆଇପିସି ଧାରା (188) ଏବଂ ଜାତୀୟ ନିୟମ ଉଲ୍ଲଂଘନ ଧାରା 269ରେ ଉଭୟଙ୍କ ନାମରେ କେସ ଜାରି କରାଯାଇଛି ।
2010 ମସିହାରେ ଗ୍ଲାଡ୍ରଗସ ମାନହଣ୍ଟ ଏବଂ ମେଗାମୋଡେଲ ପ୍ରତିଯୋଗିତାରେ ପୁନମ୍ ଶ୍ରେଷ୍ଠ ନଅ ପ୍ରତିଯୋଗୀମାନଙ୍କ ମଧ୍ୟରୁ ଜଣେ ଥିଲେ । ପୁନମ୍ ଗ୍ଲାଡ୍ରଗସ କ୍ୟାଲେଣ୍ଡର ସମେତ 2011 ମସିହାରେ ଅନ୍ୟ 29 ଟି କ୍ୟାଲେଣ୍ଡର ଶୁଟ ମଧ୍ୟ କରିଛନ୍ତି । ଏହାପରେ 2012 ମସିହାରେ ପୁନମ୍ କିଙ୍ଗଫିସର କ୍ୟାଲେଣ୍ଡର ଶୁଟ କରିବାକୁ ଯାଇଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ