ETV Bharat / sitara

‘କୁଲି ନଂ 1’ ଟିମକୁ ମିଳିଲା ମୋଦିଙ୍କ ସାବାସି - ‘କୁଲି ନଂ 1’ର ସୁଟିଂ

ଆଜିକାଲି ଗୋବିନ୍ଦା ଓ କରିସ୍ମା କପୁରଙ୍କ ଅଭିନୀତ ଫିଲ୍ମ ‘କୁଲି ନଂ 1’ର ସୁଟିଂରେ ବ୍ୟସ୍ତ ଅଛନ୍ତି ବରୁଣ ଧୱନ ଓ ସାରା ଅଲ୍ଲୀ ଖାନ । ଏହି ଫିଲ୍ମ ସେଟରୁ ଦେଶବାସୀଙ୍କୁ ପ୍ଲାଷ୍ଟିକ ଛାଡିବାକୁ କହିଥିଲେ ପୁରା ଟିମ । ଯାହାର ପ୍ରଶଂସା ଏବେ କରିଛନ୍ତି ପିଏମ ମୋଦି ।

ଡିଜାଇନ ଫଟୋ
author img

By

Published : Sep 12, 2019, 11:25 PM IST

ମୁମ୍ବାଇ: ଅକ୍ଟୋବର 2ରେ ଦେଶରେ ପ୍ଲାଷ୍ଟିକ ବ୍ୟବହାର ଉପରେ ପ୍ରତିବନ୍ଧ ଲଗାଇବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନିକଟରେ ପ୍ରସାରିତ ହୋଇଥିବା ‘ମନ କି ବାତ’ରେ ସିଙ୍ଗଲ ୟୁଜ ପ୍ଲାଷ୍ଟିକ ବ୍ୟବହାରକୁ ପୁରା ରୂପେ ବ୍ୟାନ କରିବାକୁ ଦେଶବାସୀଙ୍କୁ ଆହ୍ବାନ ଦେଇଥିଲେ ମୋଦି । ପ୍ଲାଷ୍ଟିକ ବ୍ୟବହାର ବର୍ଜନ ଅଭିଯାନରେ ସାମିଲ ହେବାକୁ ମଧ୍ୟ କହିଥିଲେ ମୋଦି ।

ସରକାରଙ୍କ ଅଭିଯାନରେ ଧିରେ ଧିରେ ସାମିଲ ହେବାରେ ଲାଗିଛନ୍ତି କଳାକାର । ଏହି କ୍ରମରେ ଅଭିନେତା ବରୁଣ ଧୱନ ଓ ସାରା ଅଲ୍ଲୀ ଖାନ ସାମିଲ ହୋଇସାରିଛନ୍ତି । ‘କୁଲି ନଂ 1’ର ଟିମ ଏହି ଅଭିଯାନକୁ ଆଗକୁ ବଢାଇ ନିଜ ସେଟକୁ ସମ୍ପୂର୍ଣ୍ଣ ରୂପେ ପ୍ଲାଷ୍ଟିକ ମୁକ୍ତ କରିଛନ୍ତି । ‘କୁଲି ନଂ 1’ର ଏହି ପ୍ରୟାସକୁ ମୋଦିଙ୍କ ପ୍ରଶଂସା ମିଳିଛି ।

tweet
ଫଟୋ ସୌଜନ୍ୟ: ଟ୍ବିଟର@ନରେନ୍ଦ୍ର ମୋଦି

ପିଏମ ମୋଦି, ବରୁଣଙ୍କ ଟ୍ବିଟକୁ ରିଟ୍ବିଟ କରି ଲେଖିଛନ୍ତି, ‘କୁଲି ନଂ 1 ଟିମଙ୍କ ଦ୍ବାରା ଗ୍ରହଣ କରାଯାଇଥିବା ଏହି ପଦକ୍ଷେପ ଖୁବ୍ ଭଲ । ଏହା ଦେଖି ମୁଁ ଆନନ୍ଦିତ । ଫିଲ୍ମ ଜଗତ ଦେଶକୁ ସିଙ୍ଗଲ ୟୁଜ ପ୍ଲାଷ୍ଟିକରୁ ମୁକ୍ତ କରିବା ପାଇଁ ପ୍ରୟାସ କରୁଛି ।’

ପ୍ରକାଶ ଥାଉକି ସେପ୍ଟେମ୍ବର 1ରେ ବରୁଣ ‘କୁଲି ନଂ 1’ ସେଟରୁ ପୁରା ଟିମ ସହ ଷ୍ଲାଷ୍ଟିକ ତ୍ୟାଗ କରିବାର ଏକ ଫଟୋ ସେୟାର କରିଥିଲେ । ଆଉ ପ୍ଲାଷ୍ଟିକ ଛାଡିବାକୁ ଦେଶବାସୀଙ୍କୁ କହିଥିଲେ ।

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.