ETV Bharat / sitara

ଭାରତୀୟ ସିନେମା ମାଧ୍ୟମରେ 'କାଲାରିପାୟତ୍ତୁ'କୁ ଲୋକପ୍ରିୟ କରିବାକୁ ଚାହୁଁଛନ୍ତି ବିଦ୍ୟୁତ - ଭାରତୀୟ ସିନେମା ମାଧ୍ୟମରେ କାଲାରିପାୟତ୍ତୁକୁ ଲୋକପ୍ରିୟ

ଅଭିନେତା ବିଦ୍ୟୁତ ଜାମୱାଲ ଭାରତୀୟ ସିନେମା ମାଧ୍ୟମରେ ସ୍ବଦେଶୀ ମାର୍ଶଲ ଆର୍ଟ କାଲାରିପାୟତ୍ତୁକୁ ଲୋକପ୍ରିୟ କରିବାକୁ ଚାହୁଁଛନ୍ତି । ଅଭିନେତା ଅନୁଭବ କଲେ ଯେ, ଆଜି ବିଶ୍ବ ସ୍ତରରେ ଯେଉଁ ସବୁ ଜିନିଷ ଲୋକପ୍ରିୟ ହୋଇଛି, ତାହା ପ୍ରକୃତରେ ଭାରତରେ ଉତ୍ପନ୍ନ ହୋଇଛି । ଅଧିକ ପଢନ୍ତୁ...

people should talk of kalaripayattu the indian martial art says vidyut jammwal
ଭାରତୀୟ ସିନେମା ମାଧ୍ୟମରେ କାଲାରିପାୟତ୍ତୁକୁ ଲୋକପ୍ରିୟ କରିବାକୁ ଚାହୁଁଛନ୍ତି ବିଦ୍ୟୁତ
author img

By

Published : Sep 19, 2020, 10:45 PM IST

ମୁମ୍ବାଇ: ବଲିଉଡର ଆକ୍ସନ୍ ଷ୍ଟାର ବିଦ୍ୟୁତ ଜାମୱାଲ କହିଛନ୍ତି ଯେ ସେ ଭାରତୀୟ ସିନେମା ମାଧ୍ୟମରେ ସ୍ବଦେଶୀ ମାର୍ଶଲ ଆର୍ଟ କାଲାରିପାୟତ୍ତୁକୁ ଲୋକପ୍ରିୟ କରିବାକୁ ଚାହୁଁଛନ୍ତି । ବିଦ୍ୟୁତ ଜଣେ ମାର୍ଶାଲ ଆର୍ଟିଷ୍ଟ ଏବଂ ସେ ତିନି ବର୍ଷ ବୟସରୁ କାଲାରିପାୟତ୍ତୁ ଶିଖିଛନ୍ତି ।

ବିଦ୍ୟୁତ କହିଛନ୍ତି, ଏହାକୁ କିପରି ଉପସ୍ଥାପିତ କରାଯିବ ସେ ବିଷୟରେ ମୋର ଏପର୍ଯ୍ୟନ୍ତ କୌଣସି ଧାରଣା ନାହିଁ, କିନ୍ତୁ ଭାରତୀୟ ସିନେମା ପ୍ରତି ମୋର ମନୋଭାବ ହେଉଛି ଯେ ଲୋକ କାଲାରିପାୟତ୍ତୁ ବିଷୟରେ ଏବଂ ମାର୍ଶଲ ଆର୍ଟ ବିଷୟରେ କଥା ହେବା ଉଚିତ୍ । ଏହା ଏକ ଅରଜିନାଲ ଭାରତୀୟ ମାର୍ଶଲ ଆର୍ଟ " ।

ପରଦାରେ କାଲାରିପାୟତ୍ତୁକୁ ଲୋକପ୍ରିୟ କରିବା ବିଷୟରେ ବିଦ୍ୟୁତ କହିଥିଲେ, "ଯେତେବେଳେ ମୁଁ ଜ୍ୟାକି ଚେନଙ୍କ ଠାରୁ କୌଣସି ଆଓ୍ବାର୍ଡ ନେବାକୁ ଯାଏ, ଯେତେବେଳେ ସେ ଭାରତୀୟ ମାର୍ଶଲ ଆର୍ଟ କାଲାରିପାୟତ୍ତୁ ବିଷୟରେ କଥାବାର୍ତ୍ତା କରନ୍ତି, ସେତେବେଳେ ମୁଁ ଗର୍ବିତ ଅନୁଭବ କରେ । ସାରା ବିଶ୍ବରେ ଭାରତୀୟ ଆକ୍ସନ୍ ସିନେମା ପାଇଁ ମୋର ମତ ହେଉଛି ଯେ ଆମେ ଏହାକୁ ଉପସ୍ଥାପନ କରିବା ଆବଶ୍ୟକ ।

'କମାଣ୍ଡୋ' ଚଳଚ୍ଚିତ୍ରରୁ ସୁନାମ ଅର୍ଜନ କରିଥିବା ବିଦ୍ୟୁତଙ୍କ ନିକଟରେ ଫିଲ୍ମ ଖୁଦା ହାଫିଜରେ ନଜର ଆସିଥିଲେ ।

ଆଗାମୀ ସମୟରେ ସେ ଫିଲ୍ମର ଦ୍ବିତୀୟ ଅଧ୍ୟାୟରେ ନଜର ଆସିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.