ମୁମ୍ବାଇ: ବଲିଉଡ଼ ଲୋକପ୍ରିୟ ଷ୍ଟାର ଶାହାରୁଖ ଖାନ ଓ ଦୀପିକା ପାଦୁକୋନ ଆସନ୍ତା ଅକ୍ଟୋବର ୭ ତାରିଖରେ ଯିବେ ସ୍ପେନ । ତେବେ ସେ ସେଠାରେ ଉଭୟଙ୍କ ଆଗାମୀ ଫିଲ୍ମ 'ପଠାନ୍'ର ଏକ ରୋମାଣ୍ଟିକ ସଙ୍ଗ୍ର ସୁଟିଂ ପାଇଁ ସ୍ପେନର ମାଲୋର୍କାକୁ ଗସ୍ତ କରିବେ । ସ୍ପେନର ଅତି ସୁନ୍ଦର ଓ ଆକର୍ଷଣୀୟ ସ୍ଥାନରେ ଏହି ଗୀତଟିର ସୁଟିଂ କରିବା ପାଇଁ ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦ ଲକ୍ଷ୍ୟ ରଖିଛନ୍ତି ।
ସ୍ପେନର ଗ୍ରାଣ୍ଡ ଡେଷ୍ଟିନେସନରେ ଏହି ଗୀତର ସୁଟିଂ ହେବ । ଏଥିଲାଗି ପୁରା ପଠାନ୍ ଟିମ ରହିଛନ୍ତି ପ୍ରସ୍ତୁତ । ଟିମ ଆସନ୍ତା ଅକ୍ଟୋବର ୧୦ ତାରିଖଠାରୁ ୩୧ ତାରିଖ ପର୍ଯ୍ୟନ୍ତ ସ୍ପେନରେ ରହିବେ । ଆଗରୁ କୌଣସି ବି ବଲିଉଡ଼ ଫିଲ୍ମ ସୁଟିଂ ହୋଇନଥିବା ସ୍ଥାନରେ ହିଁ ଏହି ଗୀତର ସୁଟିଂ କରାଯିବ । ଏହି ଗୀତକୁ ଅଧିକରୁ ଅଧିକ ଆକର୍ଷଣୀୟ କରିବା ପାଇଁ ଟିମ ଉଦ୍ୟମ କରୁଛି । ଯାହାକି ଦର୍ଶକଙ୍କ ମନରେ ଛାଡ଼ିବା ଏକ ଆକର୍ଷଣୀୟ ଛାପ ।
ବଲିଉଡ଼ର ୨ ସୁପରଷ୍ଟାର ଫିଲ୍ମରେ ଥିଲେ ଗୀତକୁ ଆହୁରି ଆକର୍ଷଣ କରିବା ଆବଶ୍ୟକ ହୋଇପଡ଼ିଛି ବୋଲି ଟିମ କହିଛି । ଏହି ଗୀତର ସୁଟିଂ ସ୍ଥଳ ଓ ଗୀତଟି ଦର୍ଶକଙ୍କୁ ଖୁବ ପସନ୍ଦ ଆସିବ ବୋଲି ଟିମ ଆଶା ରଖିଛି । ଏହି ଫିଲ୍ମରେ ଜନ ଆବ୍ରାହମ ମଧ୍ୟ ଅନ୍ୟ କଳାକାର ଭାବେ ନଜର ଆସିବେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ