ETV Bharat / sitara

ଅକ୍ସଫୋର୍ଡ ୟୁନିଭର୍ସିଟି ଦ୍ବାରା ସମ୍ମାନିତ ହେଲେ ଗାୟକ ରାହତ ଫତେହ ଅଲ୍ଲୀ ଖାନ

author img

By

Published : Jun 27, 2019, 10:48 PM IST

ଲୋକପ୍ରିୟ ସଙ୍ଗୀତକାର ରାହତଙ୍କ ନୂଆ ରେକର୍ଡ । ଅକ୍ସଫୋର୍ଡ ୟୁନିଭର୍ସିଟିରେ ହେଲେ ସମ୍ମାନିତ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ରାହତ ଫତେହ ଅଲ୍ଲୀ ଖାନ

ମୁମ୍ବାଇ: ପାକିସ୍ତାନୀ ପପୁଲାର ପ୍ଲେ ବ୍ୟାକ, କବାଲି ଗାୟକ ରାହତ ଫତେହ ଅଲ୍ଲୀ ଖାନଙ୍କ ନାମରେ ଆଉ ଏକ ଉପାଧି । ଅକ୍ସଫୋର୍ଡ ୟୁନିଭର୍ସିଟି ତରଫରୁ ବଲିଉଡ ଓ ହଲିଉଡ ମ୍ୟୁଜିକରେ ଶାନଦାର ଯୋଗଦାନ ପାଇଁ ଡାକ୍ତର ଅଫ ମ୍ୟୁଜିକର ଉପାଧି ତାଙ୍କୁ ମିଳିଛି ।

ରାହତ 50ରୁ ଅଧିକ ଟିଭି ଧାରାବାହିକ ଏବଂ 100ରୁ ଅଧିକା ଫିଲ୍ମରେ ଗୀତ ବୋଲିସାରିଛନ୍ତି । ସେ ଏମିତି ଏକ ପରିବାରରେ ଜନ୍ମ ହୋଇଥିଲେ ଯିଏ ସାଉଥ ଏସିଆନ ମ୍ୟୁଜିକର ପରମ୍ପରାକୁ ଆଗକୁ ବଢାଇବା ପାଇଁ କାମ କରୁଛନ୍ତି ।

ସେ 7 ବର୍ଷ ବୟସରେ ସଙ୍ଗୀତର ଟ୍ରେନିଂ ନେବା ଆରମ୍ଭ କରିଦେଇଥିଲେ । ଏଯାବତ 50ରୁ ଅଧିକା ମ୍ୟୁଜିକ ଆଲବମ ରିଲିଜ କରିସାରିଛନ୍ତି । ଖାଲି ଏତିକି ନୁହେଁ ସେ ବିଶ୍ବରେ ଅନେକ ହାଇ ପ୍ରୋଫାଇଲ କନସର୍ଟରେ ପରଫର୍ମ କରିସାରିଛନ୍ତି । ତାଙ୍କର ଏକ ଗ୍ଲୋବାଲ ଫଲୋଇଂ ମଧ୍ୟ ଅଛି । ତାଙ୍କ ଗୀତରେ ଏଯାବତ ଅନଲାଇନରେ 1 ବିଲିୟନ ଭ୍ୟୁଜ ମିଳିସାରିଛି ।

ଏହି ଅବସରରେ ରାହତ କହିଛନ୍ତି କି ଏହି ସମ୍ମାନର ଭାଗିଦାର ହେବା ବାସ୍ତବରେ ଏକ ବଡ ଉପଲବ୍ଧି ଏବଂ ସେ ବହୁତ ଖୁସି ଅଛନ୍ତି କି ସଙ୍ଗୀତ ପାଇଁ ଆଜି ସେ ବିଶ୍ବରେ ପପୁଲାର ହୋଇପାରିଛନ୍ତି । ପ୍ରକାଶ ଥାଉକି ରାହତ ଅକ୍ସଫୋର୍ଡ ଟାଉନହଲରେ ମଧ୍ୟ ପରଫର୍ମ କରିବେ । ଏହାପୂର୍ବରୁ ମଧ୍ୟ ଅକ୍ସଫୋର୍ଡ ୟୁନିଭର୍ସିଟି ରାହତଙ୍କ ସମ୍ମାନରେ ଏକ ମ୍ୟୁଜିକ ହଲର ନାମ ତାଙ୍କ ନାମରେ ରଖିଥିଲେ । ରାହତଙ୍କ ବ୍ୟତୀତ ଅକ୍ସଫୋର୍ଡ ୟୁନିଭର୍ସିଟି ଆଉ 8 ଲୋକଙ୍କୁ ସମ୍ମାନିତ କରାଯାଇଛି ।

Intro:Body:

fsfds

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.