ହାଇଦ୍ରାବାଦ: ଘୋଷଣା ହୋଇଛି ଚଳିତ ବର୍ଷର ପଦ୍ମ ପୁରସ୍କାର ସମ୍ମାନ । ପଦ୍ମ ବିଭୁଷଣ, ପଦ୍ମ ଭୂଷଣ ଓ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହେବେ ଅନେକ । ଏଥିରେ ସାମିଲ ଅଛନ୍ତି ବଲିଉଡ ସେଲିବ୍ରିଟି । କଳା କ୍ଷେତ୍ରରେ ଅତୁଳନୀୟ ଯୋଗଦାନ ପାଇଁ ସମ୍ମାନିତ ହେବେ ସେଲିବ୍ରିଟି । ପ୍ରାୟ 141ଟି ପଦ୍ମ ପୁରସ୍କାରରୁ 7 ପଦ୍ମ ବିଭୂଷଣ, 16 ପଦ୍ମ ଭୂଷଣ ଓ 118 ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହେବେ ।
ବଲିଉଡର ମହାନ କ୍ଲାସିକାଲ ଗାୟକ ଛନ୍ନୁଲାଲ ମିଶ୍ରଙ୍କୁ ପଦ୍ମ ବିଭୂଷଣ ସମ୍ମାନ ମିଳୁଥିବା ବେଳେ କରନ ଜୋହର ଓ ଏକତା କପୁରଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବ । ଏହାସହ ବଲିଉଡ କୁଇନ କଙ୍ଗନା ରଣୱତ ଓ ଗୀତିକାର ଅଦନାନ ସାମୀଙ୍କୁ ମଧ୍ୟ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରାଯିବ । ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସରେ ଏହି ସମ୍ମାନ ପ୍ରଦାନ କରାଯିବ ।