ETV Bharat / sitara

ଲକଡାଉନ ପାଇଁ ଫାଇଦାରେ ଓଟିଟି ପ୍ଲାଟଫର୍ମ - କୋରୋନା ଭାଇରାସ ପ୍ରଭାବ

ବର୍ତ୍ତମାନ ଘରେ ବନ୍ଦ ଥିବା ଦର୍ଶକଙ୍କୁ ମନୋରଞ୍ଜନର ମାଧ୍ୟମ ସାଜିଛି ଓଟିଟି ପ୍ଲାଟଫର୍ମ । ନିଜ ପସନ୍ଦର ଫିଲ୍ମ ଓ ୱେବ ସିରିଜ ସହଜରେ ଏଥିରେ ଦେଖିପାରୁଛନ୍ତି ଦର୍ଶକ।

ଡିଜାଇନ ଫଟୋ
ଡିଜାଇନ ଫଟୋ
author img

By

Published : Apr 21, 2020, 5:05 PM IST

ମୁମ୍ବାଇ: ଯଦି ଆପଣ ଭାବୁଛନ୍ତି ଏହି ମହାମାରୀ ପାଇଁ ମନୋରଞ୍ଜନ ଇଣ୍ଡଷ୍ଟ୍ରି ଠପ ହୋଇଯାଇଛି ତେବେ ଆପଣ ଭୁଲ। କୋରୋନା ଭାଇରାସ ବଲିଉଡ ପାଇଁ କାଳ ସାଜିଥିବା ବେଳେ ଓଟିଟି ପ୍ଲାଟଫର୍ମ ପାଇଁ କୁବେର ସାଜିଛି । ଆଉ ଦର୍ଶକଙ୍କ ଚାହିଦାକୁ ଦେଖି କମ୍ପାନୀ ବି ରିଲିଜ ସଂଖ୍ୟା ବୃଦ୍ଧି କରିଛନ୍ତି।

ଓଟିଟି ଏମଏକ୍ସ ପ୍ଲେୟାର ମାସକୁ ଦୁଇଟି ନୂଆ ସିରିଜ ରିଲିଜ କରୁଥିଲା । ତାହା ଗତ ଗୋଟିଏ ମାସରେ 6ଟି ନୂଆ ସିରିଜ ରିଲିଜ କରିସାରିଲାଣି। ଏହି କୋରୋନା ଆତଙ୍କରେ ଡିଜନୀ ଭଳି ବଡ କମ୍ପାନୀ ନିଜ ଆପ ଭାରତରେ ଲଞ୍ଚ କରିଦେଇଛି। ସେହିପରି ଗେମିଂ ଇଣ୍ଡଷ୍ଟ୍ରି ମଧ୍ୟ ଲକଡାଉନର ଫାଇଦା ଉଠାବାରେ ସଫଳ ହୋଇଛି।

ଭାରତରୁ ନେଇ ଆମେରିକା, ୟୁରୋପ ଓ ଏସିଆରେ ହୋଇଥିବା ଏକ ସର୍ଭେ ଅନୁଯାୟୀ ମାର୍ଚ୍ଚ ପହିଲାରୁ 21 ପର୍ଯ୍ୟନ୍ତ ଗେମିଂ କ୍ଷେତ୍ରରେ 41 ପ୍ରତିଶତ ଲାଭ ହୋଇଛି। ସେହିପରି ଓଟିଟି ପ୍ଲାଟଫର୍ମରେ 34 ପ୍ରତିଶତ। ଏହି କ୍ରମରେ ଆମାଜନ ପ୍ରାଇମ ଭିଡିଓ, ଜି 5, ନେଟଫ୍ଲିକ୍ସ, ହଟଷ୍ଟାର ସାମିଲ ଅଛି।

ପ୍ରକାଶ ଥାଉକି ଗତ କିଛି ବର୍ଷରୁ ଟିଭି ନ୍ୟୁଜ ରେଟିଂ କମିବାରେ ଲାଗିଛି। ହେଲେ କୋରୋନା ଭାଇରସ ପାଇଁ ଓଟିଟି ପ୍ଲାଟଫର୍ମରେ ଲାଭ ଦିନକୁ ଦିନ ବଢିଚାଲିଛି। ନ୍ୟୁଜ ୱେବସାଇଟ ଓ ମୋବାଇଲ ଆପ୍ଲିକେସନ୍ସର ଟ୍ରାଫିକରେ ଫ୍ରାୟ 61 ପ୍ରତିଶତ ଫାଇଦା ମିଳିଛି।

ଲକଡାଉନ ପୂର୍ବରୁ ଟିଭି ଇଣ୍ଡଷ୍ଟ୍ରି ସହ ଫିଲ୍ମ ଇଣ୍ଡଷ୍ଟ୍ରିର ସବୁ ସୁଟିଂ ବନ୍ଦ କରିଦିଆଯାଇଥିଲା । ଯାହାଦ୍ବାରା ଏବେ ଏହି ଦୁଇ ଇଣ୍ଟ୍ରଷ୍ଟ୍ରି ଠପ ପଡିଛି । ହେଲେ ଘରେ ବୋର ହେଉଥିବା ଦର୍ଶକ ଓଟିଟି ପ୍ଲାଟଫର୍ମରେ ଶାନଦାର ସିରିଜ, ଫିଲ୍ମ ଦେଖି ମନୋରଞ୍ଜନ ହେବାରେ ଲାଗିଛନ୍ତି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.