ETV Bharat / sitara

ଆରମ୍ଭ ହେଲା ‘ଆଦିପୁରୁଷ’ର ସୁଟିଂ

author img

By

Published : Feb 2, 2021, 10:20 AM IST

ସୋସିଆଲ ମିଡିଆରେ ‘ଆଦିପୁରୁଷ’ର ସୁଟିଂ ସୂଚନା ଦେଲେ ପ୍ରଭାସ । ଆସନ୍ତା ବର୍ଷ ରିଲିଜ ହେବ ଏହି ଐତିହାସିକ ଫିଲ୍ମ । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

ହାଇଦ୍ରାବାଦ: ନିର୍ଦ୍ଦେଶକ ଓମ୍ ରାଉତଙ୍କ ଆଗାମୀ ଚର୍ଚ୍ଚିତ ଫିଲ୍ମ ‘ଆଦିପୁରୁଷ’କୁ ନେଇ ନୂଆ ଖବର ସାମ୍ନାକୁ ଆସିଛି । ଗତ ବର୍ଷରୁ ଏହି ଫିଲ୍ମକୁ ନେଇ ଏକ୍ସାଇଟେଡ ଅଛନ୍ତି ଦର୍ଶକ । କାରଣ ପ୍ରଥମଥର ସାଉଥ ସୁପରଷ୍ଟାର ପ୍ରଭାସଙ୍କ ସହ ପରଦାରେ ଲଢିବେ ବି-ଟାଉନର ଛୋଟେ ନୱାବ ସୈଫ ଅଲ୍ଲୀ ଖାନ । ଆଉ ମଙ୍ଗଳବାର ଫିଲ୍ମର ସୁଟିଂ ଆରମ୍ଭ କରିଛନ୍ତି ଏହି ଷ୍ଟାର୍ସ । ଯାହାର ସୂଚନା ଫ୍ୟାନ୍ସଙ୍କୁ ସୋସିଆଲ ମିଡିଆରେ ଦେଇଛନ୍ତି ପ୍ରଭାସ ।

ସେ ଇନଷ୍ଟାଗ୍ରାମରେ ଫିଲ୍ମର ଏକ ପୋଷ୍ଟର ସେୟାର କରି କ୍ୟାପସନରେ ଲେଖିଛନ୍ତି ‘ଆରମ୍ଭ।’ ଯଦି ଫିଲ୍ମରେ ଦୁଇ ଅଭିନେତାଙ୍କ ଭୂମିକାରେ ବିଷୟରେ କହିବା ତେବେ ପ୍ରଭାସ ରାମ ଭୂମିକାରେ ନଜର ଆସିବେ । ଆଉ ରାବଣ ସାଜିବେ ସୈଫ ।

ଫିଲ୍ମର କାହାଣୀ ଭଲ ଏବଂ ମନ୍ଦକୁ ନେଇ ଆଧାରିତ । ସେହିପରି ଫିଲ୍ମର ସୁଟିଂ ହିନ୍ଦୀ ଭାଷା ବ୍ୟତୀତ ତେଲୁଗୁ, ତାମିଲ,ମାଲାୟାଲମ ଏବଂ କନ୍ନଡରେ ମଧ୍ୟ ହେଉଛି । ଇଂରାଜୀ ଭାଷାରେ ମଧ୍ୟ ରିଲିଜ ହେବ ଫିଲ୍ମ ।

ଓମ୍‌ଙ୍କ ନିର୍ଦ୍ଦେଶିତ ‘ଆଦିପୁରୁଷ’ର ପ୍ରଯୋଜନା ଦାୟିତ୍ବ ତୁଲାଉଛନ୍ତି ଭୂଷଣ କୁମାର, କ୍ରିଷ୍ଣା କୁମାର, ପ୍ରସାଦ ସୁତାର ଏବଂ ରାଜେଶ । ଆସନ୍ତା ବର୍ଷ ଫିଲ୍ମ ରିଲିଜ କରିବାକୁ ଯୋଜନା କରିଛନ୍ତି ମେକର୍ସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.