ETV Bharat / sitara

'ଆଭେଞ୍ଜର୍ସ ଏଣ୍ଡଗେମ'ରେ ଓଡ଼ିଆ ଝିଅର ନିଖୁଣ କାର୍ଯ୍ୟ

ହଲିଉଡର ବିଗେଷ୍ଟ ଫିଲ୍ମ 'ଆଭେଞ୍ଜର୍ସ ଏଣ୍ଡଗେମ' ସହ ଓଡ଼ିଶାର କନେକ୍ସନ ଅଛି । ଏହି ଫିଲ୍ମରେ ଓଡ଼ିଆ ଝିଅଙ୍କ ନିଖୁଣ କାର୍ଯ୍ୟ ଦେଖିବାକୁ ମିଳିଛି ।

author img

By

Published : May 11, 2019, 8:57 PM IST

ଡିଜାଇନ ଫଟୋ

ହାଇଦ୍ରାବାଦ: ଏହି ସମୟରେ ହଲିଉଡର ବ୍ଲକବଷ୍ଟର ଫିଲ୍ମ 'ଆଭେଞ୍ଜର୍ସ ଏଣ୍ଡଗେମ' ସବୁ ଫିଲ୍ମକୁ ପଛରେ ପକାଇ ନୂଆ ଇତିହାସ ରଚିଛି । ଫିଲ୍ମରେ ଏଯାବତ ଭାରତରେ 335 କୋଟି ଆୟ କରିସାରିଲାଣି । ଏହି ଫିଲ୍ମଟି ଆଉ କିଛି ଦିନ ପରେ ହଲିଉଡର 'ଅବତାର' ରେକର୍ଡ ଭାଙ୍ଗିବ ବୋଲି ଅନୁମାନ କରୁଛନ୍ତି ଫିଲ୍ମ କ୍ରିଟିକ୍ସ । କିନ୍ତୁ ଫିଲ୍ମକୁ ନେଇ ଏକ ନୂଆ ଖବର ସାମ୍ନାକୁ ଆସିଛି ।

ଯାହା ଶୁଣି ଓଡ଼ିଶା ଦର୍ଶକ ନିହାତି ଖୁସି ହୋଇଯିବେ । କାରଣ ଏହି ଫିଲ୍ମ ସହ ଓଡ଼ିଆ ଝିଅ ମିତା ଦାଶଙ୍କ କନେକ୍ସନ ଅଛି । ମିତା 'ଆଭେଞ୍ଜର୍ସ' ଟିମ ସହ ମିଶି ଭିଏଫଏକ୍ସ ଇଫେକ୍ଟସର କାମ ଫିଲ୍ମ 'ଆଭେଞ୍ଜର୍ସ ଏଣ୍ଡଗେମ'ରେ କରିଛନ୍ତି । ଯାହାକୁ ନେଇ ଗର୍ବିତ ତାଙ୍କ ପରିବାର ।

ବର୍ତ୍ତମାନ ସେ ଭିଜୁଆଲ ଇଫେକ୍ଟସ ଜିଡିଟାଲ ଡୋମିନ କମ୍ପାନୀର ପ୍ରୋଜେକ୍ଟରେ କାମ କରୁଛନ୍ତି । ଏହି କମ୍ପାନୀ ହଲିଉଡ ଫିଲ୍ମ ତିଆରି କରିବା ପାଇଁ ପ୍ରସିଦ୍ଧ । ଏହି କମ୍ପାନୀଟି ହଲିଉଡ ଫିଲ୍ମ 'Titanic', 'The Curious Case of Benjamin Button', 'Spiderman: Homecoming' 'Beauty and the Beast.' ଭଳି ଫିଲ୍ମ ତିଆରି କରିସାରିଲାଣି ।

ପ୍ରକାଶ ଥାଉକି ମିତାଙ୍କ ବାସସ୍ଥାନ ବଲାଙ୍ଗୀରରେ । ସେ ପାଖାପାଖି 3 ବର୍ଷ ପର୍ଯ୍ୟନ୍ତ ଆନିମେଟେଡ କୋର୍ସ ଟ୍ରେନିଂ ଭୁବନେଶ୍ବରରେ ଏକ ସଂସ୍ଥାରେ ନେଇଥିଲେ । ସେ ଚାକିରୀ ପାଇଁ ପୁଣେ ଯିବା ପୂର୍ବରୁ ଅନେକ ଫିଲ୍ମରେ ଭିଜୁଆଲ ଇଫେକ୍ଟସର କାମ କରିବାର ସୁଯୋଗ ପାଇଥିଲେ । ଏହି ଅବସରରେ ମିତା କହିଛନ୍ତି କି ହଲିଉଡ ଫିଲ୍ମରେ କାମ କରିବା ତାଙ୍କ ପାଇଁ ଗର୍ବର କଥା ।

ଯଦି ତାଙ୍କ ପିତାଙ୍କ ବିଷୟରେ କଥା ହେବା ତେବେ ସେ ଟିଟିଲାଗଡର ଏକ ମନ୍ଦିରରେ ପୂଜାରୀ ରୂପେ କାର୍ଯ୍ୟ କରୁଛନ୍ତି ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.