ହାଇଦ୍ରାବାଦ: ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ ଏବଂ ଅଭିନେତା ଭିକି କୌଶଲ ବି-ଟାଉନରେ ଦମ୍ପତିଙ୍କ ମଧ୍ୟରେ ଅନ୍ୟତମ। ଦୁହେଁ କିଛି ବର୍ଷ ପାଇଁ ନିଜ ସମ୍ପର୍କକୁ ଲୁଚାଇ ରଖି ଶେଷରେ 9 ଡିସେମ୍ବର 2021 ରେ ଧୁମଧାମ ସହିତ ବିବାହ କରିଥିଲେ । ସେମାନଙ୍କର ବିବାହ ପରଠାରୁ ବି-ଟାଉନର ସବୁଠାରୁ ପ୍ରିୟ ଦମ୍ପତି ହୋଇପାରିଛନ୍ତି ଭିକ୍ୟାଟ ।
ବିବାହ ପରେ କ୍ୟାଟ୍ରିନା ଏବଂ ଭିକି ସେମାନଙ୍କ ପ୍ରଥମ ଖ୍ରୀଷ୍ଟମାସ ଏବଂ ଲୋହରୀ ଫ୍ୟାନ୍ସଙ୍କ ସହିତ ପାଳନ କରିଥିଲେ । କିନ୍ତୁ ଲାଗୁଛି ଯେ ଏହି ଦମ୍ପତି ବିବାହ ପରେ ସେମାନଙ୍କର ପ୍ରଥମ ଭାଲେଣ୍ଟାଇନ୍ସ ଡେ ଏକାଠି ପାଳନ କରିବେ ନାହିଁ। କାରଣ ଭାଲେଣ୍ଟାଇନ୍ସ ଡେ’ ରେ ଦୁହେଁ ପରସ୍ପର ଠାରୁ ଦୂରରେ ଥିବେ।
- " class="align-text-top noRightClick twitterSection" data="
">
ଜାନୁଆରୀ 2022 ରେ, କ୍ୟାଟ୍ରିନା ଏବଂ ସଲମାନ ଖାନ ଦିଲ୍ଲୀରେ ସେମାନଙ୍କର ପରବର୍ତ୍ତୀ ଚଳଚ୍ଚିତ୍ର 'ଟାଇଗର 3'ର ସୁଟିଂ କରିଥାନ୍ତେ। କିନ୍ତୁ କୋରୋନା ମହାମାରୀ ହେତୁ ସେମାନଙ୍କ ଯୋଜନା ବାତିଲ ହୋଇଯାଇଥିଲା। ତେବେ ଏକ ରିପୋର୍ଟ ଅନୁଯାୟୀ, ନିର୍ମାତାମାନେ ଫେବୃଆରୀ ମଧ୍ୟଭାଗରେ ଫିଲ୍ମର ସୁଟିଂ କରିବାକୁ ଯୋଜନା କରୁଛନ୍ତି।
- " class="align-text-top noRightClick twitterSection" data="
">
ନିର୍ଦ୍ଦେଶକ ମନୀଶ ଶର୍ମା ଦିଲ୍ଲୀ ରାସ୍ତାରେ କିଛି ଆକ୍ସନ୍ କ୍ରମର ସୁଟିଂ କରିବାକୁ ଚାହୁଁଛନ୍ତି ବୋଲି ଜଣାଯାଇଛି। ସଲମାନ ଲାଲ୍ କିଲା ସମେତ ସହରର କିଛି ଐତିହାସିକ ସ୍ଥାନରେ ମଧ୍ୟ ସୁଟିଂ କରିବେ । ନିର୍ମାତାମାନେ ସୁନିଶ୍ଚିତ କରୁଛନ୍ତି ଯେ ପ୍ରଡକ୍ସନ ଟିମ କାର୍ଯ୍ୟସୂଚୀ ଅନୁଯାୟୀ ଗତ ଦୁଇ ବର୍ଷ ଧରି କୋରୋନା କଟକଣା ଭିତରେ ନିୟମ ପାଳନ କରୁଛନ୍ତି।
- " class="align-text-top noRightClick twitterSection" data="
">
ତେବେ କୁହାଯାଉଛି ଯେ ସଲମାନ ଖାନ ଏବଂ କ୍ୟାଟ୍ରିନା କୈଫ ଫେବୃଆରୀ 12 ରୁ 13 ମଧ୍ୟରେ ଫିଲ୍ମର ସୁଟିଂ ପାଇଁ ଦିଲ୍ଲୀ ଯାଇପାରନ୍ତି। ଫେବୃଆରୀ 5 ରେ ସଲମାନ ଦିଲ୍ଲୀ ଆସିବେ ଏବଂ କିଛି ଆକ୍ସନ୍ ସିନ ସୁଟ କରିବେ ଏବଂ କ୍ୟାଟ୍ରିନା ସେବେ ଆସିବେ, ଯେତେବେଳେ ତାଙ୍କ ସିନର ସୁଟିଂ ହେବ। ତେବେ ସମୟ କହିବ, ବିବାହ ପରେ କ୍ୟାଟ୍ରିନା ଏବଂ ଭିକି ପରସ୍ପର ସହିତ ସେମାନଙ୍କର ପ୍ରଥମ ଭାଲେଣ୍ଟାଇନ୍ସ ଡେ ପାଳନ କରିବେ କି ନାହିଁ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ