ମୁମ୍ବାଇ: ଫିଲ୍ମ ଇଣ୍ଡଷ୍ଟ୍ରିର ଦିନ ମଜୁରିଆଙ୍କ ପାଇଁ ସମସ୍ତେ ଆଗେଇ ଆସିଛନ୍ତି । ଲକ ଡାଉନବେଳେ ଚଳିବାରେ ଅସୁବିଧା ଯୋଗୁଁ ସେମାନଙ୍କୁ ସମସ୍ତେ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ବଲିଉଡ ସେଲିବ୍ରିଟିଠାରୁ ବିଭିନ୍ନ ପ୍ରଡକ୍ସନ ହାଉସ ସମସ୍ତ ପ୍ରକାର ସାହାଯ୍ୟ କରୁଛନ୍ତି ।
ଏବେ ଏହି ତାଲିକାରେ ଅନଲାଇନ ଷ୍ଟ୍ରିମିଂ ଆପ୍ ନେଟଫ୍ଲିକ୍ସ ସାମିଲ ହୋଇଛି । ଦିନ ମଜୁରିଆଙ୍କୁ ଆର୍ଥିକ ସାହାଯ୍ୟ ଭାବେ ଏହି ଆମେରିକୀୟ କମ୍ପାନୀ 7.64 କୋଟି ଟଙ୍କା ଦେଇଛି । ପ୍ରଡ୍ୟୁସର ଗିଲଡ ଅଫ ଇଣ୍ଡିଆକୁ ଏହି ଅର୍ଥ ପ୍ରଦାନ କରିଛି ନେଟଫ୍ଲିକ୍ସ । ଦିନ ମଜୁରିଆଙ୍କ ଅସୁବିଧା ଦୂର କରିବାକୁ ପ୍ରଡ୍ୟୁସର ଗିଲଡ ଅଫ ଇଣ୍ଡିଆ ସେମାନଙ୍କୁ ଏହି ଅର୍ଥ ପ୍ରଦାନ କରିବ ।
ଲକଡାଉନ ଯୋଗୁଁ ସେମାନଙ୍କର ବର୍ତ୍ତମାନ ଚଳିବାରେ ସମସ୍ୟା ଦେଖାଦେଇଛି । ଏହାକୁ ଦୂର କରିବାକୁ ପୂର୍ବରୁ ତିନି ଆସୋସିଏସନ ଏକାଠି ହୋଇସାରିଛନ୍ତି । ଏହାସହ ୟଶ ଚୋପ୍ରା ଫାଉଣ୍ଡେସନ ଶୁକ୍ରାବାର 15 ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛି । ଲକଡାଉନ ଯୋଗୁଁ ସୁଟିଂ ବାତିଲ ଫଳରେ ମଜୁରିଆଙ୍କୁ କାମ ମିଳୁନାହିଁ । ଯେଉଁଥିପାଇଁ ସେମାନଙ୍କ ଚଳିବାରେ ଅସୁବିଧା ଦେଖାଦେଇଛି ।