ETV Bharat / sitara

ଭାଇଙ୍କ ‘ବାଇପାସ ରୋଡ’ରେ ନିଲ

ପ୍ରଥମଥର ଭାଇଙ୍କ ନିର୍ଦ୍ଦେଶନାରେ କାମ କରିବାକୁ ଯାଉଛନ୍ତି ନିଲ ନିତିଶ ମୁକେଶ । ତାଙ୍କ ଅପକମିଂ ଫିଲ୍ମ ‘ବାଇପାସ ରୋଡ’ ନଭେମ୍ବରରେ ରିଲିଜ କରିବାର ଯୋଜନା କରିଛନ୍ତି ମେକର୍ସ ।

author img

By

Published : Aug 12, 2019, 11:12 PM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ନିଲ ନିତିନ ମୁକେଶ

ମୁମ୍ବାଇ: ଅଗଷ୍ଟ 30ରେ ରିଲିଜ ହେବାକୁ ପ୍ରସ୍ତୁତ ହୋଇସାରିଲାଣି ତେଲୁଗୁ ସୁପରଷ୍ଟାର ପ୍ରଭାସ ଓ ଶ୍ରଦ୍ଧା କପୁରଙ୍କ ଅଭିନୀତ ଫିଲ୍ମ ‘ସାହୋ’ । ଆଉ ଏଥିରେ ପ୍ରଭାସଙ୍କ ସହ ନଜର ଆସିବେ ଅଭିନେତା ନିଲ ନିତିନ ମୁକେଶ । ନିକଟରେ ‘ସାହୋ’ ଫିଲ୍ମରୁ ତାଙ୍କ ଲୁକର ପୋଷ୍ଟର ଜାରି ହୋଇଥିଲା । ଇତିମଧ୍ୟରେ ତାଙ୍କ ଆଗାମୀ ଫିଲ୍ମ ‘ବାଇପାସ ରୋଡ’ ନଭେମ୍ବରରେ ରିଲିଜ ହେବ ବୋଲି ଶୁଣିବାକୁ ମିଳୁଛି ।

ଅନ୍ୟପଟେ ଏହି ଫିଲ୍ମ ଜରିଆରେ ତାଙ୍କ ଭାଇ ନାମନ ନିତିନ ମୁକେଶ ନିର୍ଦ୍ଦେଶନାରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଏହି ଥ୍ରିଲର ଡ୍ରାମା ଫିଲ୍ମରେ ନିଲ ହ୍ବିଲଚେୟାରରେ ବସିଥିବା ଜଣେ ପ୍ୟାରାପ୍ଲେଜିକ ଭୂମିକାରେ ଦେଖାଯିବେ ।

ଏହି ଅବସରରେ ନିଲ କହିଛନ୍ତି ଥ୍ରିଲର ଫିଲ୍ମ ସର୍ବଦା ତାଙ୍କ ଫେଭରେଟ ରହିଆସୁଛି । ସେ ନିଜ ଫିଲ୍ମ କ୍ୟାରିୟର ‘ଜନ୍ନି ଗଦ୍ଦାର’ ଭଳି ଫିଲ୍ମରୁ ଆରମ୍ଭ କରିଥିଲେ । ଯାହା ତାଙ୍କ ପାଇଁ ଆଜି ମଧ୍ୟ ଅଦ୍ଭୁତ ଅନୁଭୂତି ପରି ରହିଛି । କିଛି ନିର୍ଦ୍ଧିଷ୍ଟ ନିର୍ମାତା ହିଁ ଥ୍ରିଲର ଫିଲ୍ମ ନିର୍ମାଣ କରଛନ୍ତି ଇଣ୍ଡଷ୍ଟ୍ରିରେ ଯାହାକୁ ନେଇ ସେ ସବୁବେଳେ ଆଶ୍ଚର୍ଯ୍ୟ।

ସେହିପରି ଡେବ୍ୟୁଟାଣ୍ଟ ଡାଇରେକ୍ଟର ନାମନ ମଧ୍ୟ କହିଛନ୍ତି କି ତାଙ୍କର ଏହି ଥ୍ରିଲର ଫିଲ୍ମ ‘ବାଇପାସ ରୋଡ’ ଫିଲ୍ମ ଇଣ୍ଡଷ୍ଟ୍ରିରେ ନୂଆ ବେଞ୍ଚମାର୍କ ସ୍ଥାପନ କରିବ । ଆଜିର ସମୟରେ ଇଣ୍ଡଷ୍ଟ୍ରିରେ ହାତ ଗଣତି କିଛି ଥ୍ରିଲର ଫିଲ୍ମ ନିର୍ମାଣ ହୋଇଛି । ତେଣୁ ସେ ଏପରି ଥ୍ରିଲର ଫିଲ୍ମ ନିର୍ମାଣ କରିବେ ଯାହା ନୂଆ ବେଞ୍ଚମାର୍କ ସୃଷ୍ଟି କରିବ ବୋଲି ଆଶା କରୁଛନ୍ତି ।

Intro:Body:

prabhu

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.