ମୁମ୍ବାଇ: ଦିବଙ୍ଗତ ଅଭିନେତା ଋଷି କପୁରଙ୍କ ପତ୍ନୀ ତଥା ଅଭିନେତ୍ରୀ ନୀତୁ ସିଂ ଦୀର୍ଘ ସମୟ ପରେ କାମକୁ ଫେରିଛନ୍ତି । ଯାହାକୁ ନେଇ ତାଙ୍କ ଖୁସି ନକହିଲେ ସରେ । ଧର୍ମା ପ୍ରଡକ୍ସନ୍ସର ବ୍ୟାନରରେ ନିର୍ମିତ ହେଉଥିବା ଫିଲ୍ମ 'ଜୁଗ୍ ଜୁଗ୍ ଜିଓ'ର ସୁଟିଂ ସୋମବାର ଆରମ୍ଭ ହୋଇଯାଇଛି । ଏହି ଫିଲ୍ମରେ ନୀତୁଙ୍କ ସହ ନଜର ଆସିବେ ଅନିଲ କପୁର, ବରୁଣ ଧୱନ ଓ କିୟାରା ଆଡଭାନୀ । ଫିଲ୍ମର ସୁଟିଂ ଚଣ୍ଡିଗଡରେ କରାଯାଇଛି । ଯାହାପାଇଁ ନିକଟରେ ସବୁ ଷ୍ଟାରକାଷ୍ଟ ମୁମ୍ବାଇରୁ ଚଣ୍ଡିଗଡ ଯାତ୍ରା କରିଥିଲେ । ଏହା ରାଜ ମେହେତାଙ୍କ ନିର୍ଦ୍ଦେଶିତ ଏକ ରୋମାଣ୍ଟିକ କମେଡି ଫିଲ୍ମ ।
ଶେଷଥର ନୀତୁ 2013ରେ ଆସିଥିବା ଫିଲ୍ମ ‘ବେଶରମ’ରେ ନଜର ଆସିଥିଲେ । ଏହାର ଠିକ୍ 7 ବର୍ଷ ପରେ ସେ ଫିଲ୍ମ ଦୁନିଆକୁ କମବ୍ୟାକ କରିଛନ୍ତି । ପ୍ରଥମ ଦିନର ସୁଟିଂରେ ସେ ନର୍ଭସ ଥିବା ସହ ଋଷିଙ୍କୁ ମନେ ପକାଉଛନ୍ତି ବୋଲି ଇନଷ୍ଟାଗ୍ରାମରେ ଫ୍ୟାନ୍ସଙ୍କୁ ଜଣାଇଛନ୍ତି ।
ସେ ଏକ ପୋଷ୍ଟରେ ଲେଖିଛନ୍ତି, ‘ଅନେକ ବର୍ଷ ପରେ ମୁଁ ସେଟକୁ ଫେରିଛି । ନୂତନ ଆରମ୍ଭ ଏବଂ ଫିଲ୍ମର ଯାଦୁ ପାଇଁ । ମୁଁ ତୁମର ପ୍ରେମ ଏବଂ ଉପସ୍ଥିତି ଅନୁଭବ କରୁଛି । ମା' ଠାରୁ କପୁର ସାହାବ, ରଣବୀର ପର୍ଯ୍ୟନ୍ତ ସବୁବେଳେ ତୁମେ ମୋ ସାଥିରେ ଥିଲ । ବର୍ତ୍ତମାନ ମୁଁ ନିଜକୁ ନିଜେ ପାଇଛି, ଟିକେ ଭୟଭୀତ ଅନୁଭବ କରୁଛି କିନ୍ତୁ ମୁଁ ଜାଣେ ତୁମେ ସବୁବେଳେ ମୋ ସହିତ ଅଛ । ଜୁଗ୍ ଜୁଗ୍ ଜିଓ #ଆର ଆଣ୍ଡ ଆର ।’
- " class="align-text-top noRightClick twitterSection" data="
">
ଅନ୍ୟପଟେ ସେଲିବ୍ରିଟି ତାଙ୍କୁ ପୁଣିଥରେ ବଲିଉଡକୁ ସ୍ବାଗତ ଜଣାଇ ପୋଷ୍ଟରେ କମେଣ୍ଟ କରୁଛନ୍ତି । ଅନିଲ ମଧ୍ୟ ପ୍ରତିକ୍ରିୟା ଦେଇ କହିଛନ୍ତି, ‘ମୁଁ ବହୁତ ଉତ୍ସାହିତ ଅଛି ସୁପର ସିନିୟର ଅଭିନେତ୍ରୀଙ୍କ ସହ କାମ କରିବାକୁ ନେଇ । ଆପଣଙ୍କୁ ପୁଣିଥରେ ଦେଖି ମୁଁ ବହୁତ ଖୁସି ଅନୁଭବ କରୁଛି । ଆମେ ସମସ୍ତେ ଆପଣଙ୍କ ପାଇଁ ଏଠାରେ ଅଛୁ ଏବଂ ଆମର ସମ୍ପୂର୍ଣ୍ଣ ବିଶ୍ବସ ଅଛି ଯେ ଆପଣ ପୁନର୍ବାର ପରଦାରେ ନିଜର ଯାଦୁ ଦେଖାଇବେ ।’
ଅନିଲଙ୍କ ବ୍ୟତୀତ କରନ ମଧ୍ୟ କମେଣ୍ଟରେ ଲେଖିଛନ୍ତି, ‘ନୀତୁ ମ୍ୟାଡମ ଆମେ ସମସ୍ତେ ଆପଣଙ୍କ ସହ ଅଛୁ ।’ ଅଭିନେତ୍ରୀ ସୋନି ରାଜଦାନ ଓ ବରୁଣ ମଧ୍ୟ ନୀତୁଙ୍କ ପୋଷ୍ଟରେ କମେଣ୍ଟ କରି ସ୍ବାଗତ ଜଣାଇଛନ୍ତି ।