ETV Bharat / sitara

ହେବନି ରାଜୀବ କପୁରଙ୍କ ଦଶାହ, ସୂଚନା ଦେଲେ ନୀତୁ

author img

By

Published : Feb 10, 2021, 1:56 PM IST

କୋରୋନା ସଙ୍କଟ ପାଇଁ କପୁର ବଂଶ ପାଳିବେନି ରାଜୀବ କପୁରଙ୍କ ଦଶାହ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ନୀତୁ କପୁର
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ନୀତୁ କପୁର

ମୁମ୍ବାଇ: ମଙ୍ଗଳବାର ରାଜ କୁପରଙ୍କ ସାନ ପୁଅ ତଥା ଅଭିନେତା, ନିର୍ଦ୍ଦେଶକ ରାଜୀବ କପୁରଙ୍କ ଦେହାନ୍ତ ହୋଇଥିଲା । ହୃଦଘାତରେ ଚାଲିଗଲା ତାଙ୍କ ଜୀବନ । ଅଭିନେତାଙ୍କୁ ଦୁଃଖଭରା ମନରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ପରିବାର ସଦସ୍ୟ। ସେପଟେ ବିଧି-ବିଧାନ ଅନୁଯାୟୀ କପୁର ବଂଶ ପାଳିବେନି ତାଙ୍କ ଦଶାହ । ଏହାର ସୂଚନା ବୁଧବାର ସୋସିଆଲ ମିଡିଆରେ ପ୍ରଶଂସକଙ୍କୁ ଦେଇଛନ୍ତି ତାଙ୍କ ଭାଉଜ ତଥା ଅଭିନେତ୍ରୀ ନୀତୁ କପୁର ।

ସେ ଇନଷ୍ଟାଗ୍ରାମରେ ରାଜୀବଙ୍କ ଏକ ଫଟୋ ପୋଷ୍ଟ କରି ଲେଖିଛନ୍ତି, ‘କୋରୋନା ମାହାମାରୀ ହେତୁ ଆମେ ତାଙ୍କର ଦଶାହ ପାଳିବୁ ନାହିଁ । କେବଳ ସୁରକ୍ଷା ପାଇଁ । ଭଗବାନ ତାଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ । ପୁରା ରାଜ୍ କପୁର ପରିବାର ବର୍ତ୍ତମାନ ଦୁଃଖରେ ।’

ନୀତୁଙ୍କ ବ୍ୟତୀତ କରୀନା କପୁର ଖାନ ମଧ୍ୟ ଏହି ସୂଚନା ଦେଇଛନ୍ତି । ପ୍ରକାଶ ଥାଉକି ରାଜ କପୁରଙ୍କ ନିର୍ଦ୍ଦେଶନାରେ ନିର୍ମିତ ଫିଲ୍ମ ‘ରାମ ତେରୀ ଗଙ୍ଗା ମୈଲି ହୋ’ରେ ଡେବ୍ୟୁ କରିଥିଲେ ରାଜୀବ । ଏହାପରେ ସେ ‘ପ୍ରେମ ଗ୍ରଥ’ରେ ନିର୍ଦ୍ଦେଶନା ଦେଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.