ହାଇଦ୍ରାବାଦ: ନଓ୍ବାଜୁଦ୍ଦିନ ସିଦ୍ଦିକିଙ୍କ 'ରାତ ଅକେଲି ହେଁ'ର ଶୁଟିଂର ଶେଷ ହୋଇଛି ବୋଲି ରବିବାର ସେ ଘୋଷଣା କରିଥିଲେ । ଟ୍ବିଟରରେ କ୍ଲାପର ବୋର୍ଡର ଫଟୋ ପୋଷ୍ଟ କରି ଏ ସୂଚନା ଦେଇଥିଲେ ।
ତେବେ ଟ୍ବିଟରରେ ପୋଷ୍ଟ ସହ ସେ ସମସ୍ତଙ୍କୁ ଧନ୍ୟବାଦ ମଧ୍ୟ ଦେଇଛନ୍ତି । ଫିଲ୍ମର ଟିମ ସହ କାମ କରି ଭଲ ଲାଗିଲା ଓ ବହୁତ ଭଲ ଟିମ ଥିଲା ବୋଲି ଲେଖିଛନ୍ତି ନଓ୍ବାଜୁଦ୍ଦିନ । ଏହି ଫିଲ୍ମ ମାଧ୍ୟମରେ ହନି ତ୍ରେହନଙ୍କ ନିର୍ଦ୍ଦେଶକ ଭାବେ ଡେବ୍ୟୁ କରିଛନ୍ତି ।
ଫିଲ୍ମଟି ଅପରାଧ-ରୋମାଞ୍ଚ ଉପରେ ଆଧାରିତ । ଏଥିରେ ନଓ୍ବାଜୁଦ୍ଦିନଙ୍କ ସହ ରାଧିକା ଆପଟେ , ଶ୍ବେତା ତ୍ରିପାଠୀ ମୁଖ୍ୟ ଚରିତ୍ରରେ ନଜର ଆସିବେ । ଏଥିରେ ଦ୍ବିତୀୟ ଥର ପାଇଁ ଶ୍ବେତା ତ୍ରିପାଠୀ ନଓ୍ବାଜୁଦ୍ଦିନଙ୍କ ସହ ସ୍କ୍ରିନ ସେୟାର କରିବେ ।
ତେବେ ନଓ୍ବାଜୁଦ୍ଦିନଙ୍କ ଫିଲ୍ମ 'ଫଟୋଗ୍ରାଫର' 7 ମେ'କୁ 19ତମ ନ୍ୟୁୟର୍କ ଭାରତୀୟ ଚଳଚ୍ଚିତ୍ର ସମ୍ମିଳନୀରେ ପ୍ରଦର୍ଶିତ ହେବ । ଏହି ଫିଲ୍ମରେ ସନ୍ୟା ମଲହୋତ୍ରଙ୍କୁ ଦେଖିବାକୁ ମିଳିବ ।