ETV Bharat / sitara

ଅଫେରା ରାଇଜକୁ ବାହୁଡି ଗଲେ 'ବାଲିକା ବଧୂ'ର ଦାଦୀ ସା' - ସୁରେଖା ସିକ୍ରି ମୃତ

75 ବର୍ଷ ବୟସରେ ହୃଦଘାତରେ ଚାଲିଗଲେ ଟିଭି ଜଗତର ‘ଦାଦି ସା’ ସୁରେଖା ସିକ୍ରି । ଦାଦି ଭୂମିକାରେ ଘରେ ଘରେ ଥିଲେ ପରିଚିତ । ଅଧିକ ପଢନ୍ତୁ...

ଅଫେରା ରାଇଜକୁ ବାହୁଡି ଗଲେ 'ବାଲିକା ବଧୂ' ଦାଦୀ ସା'

author img

By

Published : Jul 16, 2021, 11:20 AM IST

Updated : Jul 16, 2021, 11:56 AM IST

ମୁମ୍ବାଇ: ଚାଲିଗଲେ ବର୍ଷିଆନ ଅଭିନେତ୍ରୀ ତଥା ଘରେ ଘରେ ଦାଦି ସା’ ଭୂମିକାରେ ପରିଚିତ ସୁରେଖା ସିକ୍ରି । 75 ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ସୁରେଖା । ଆଜି(ଶୁକ୍ରବାର) ସକାଳେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ।

ଦିବଂଗତ ସିକ୍ରି ଗତ ବର୍ଷ ସେପ୍ଟେମ୍ବରରେ ବ୍ରେନ୍ ଷ୍ଟ୍ରୋକ୍ ବା ମସ୍ତିଷ୍କ ରୋଗରେ ପୀଡିତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଏହାର କିଛି ଦିନ ପରେ ଡିସଚାର୍ଜ ହୋଇ ଘରକୁ ମଧ୍ୟ ଫେରିଥିଲେ । ମାତ୍ର ଦ୍ବିତୀୟ ଥର ପାଇଁ ତାଙ୍କର ବ୍ରେନ୍ ଷ୍ଟ୍ରୋକ ହୋଇଥିଲା । ଏହାପରେ ସେ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ନାନା ରୋଗରେ ଆକ୍ରାନ୍ତ ହୋଇଥିଲେ ।

ବର୍ଷିଆନ ଅଭିନେତ୍ରୀ ସିକ୍ରିଙ୍କ ଦେହାନ୍ତ ପରେ ମଧ୍ୟ ସିନେମା ଓ ଟେଲି ସିରିୟଲ୍ ଦୁନିଆରେ ତାଙ୍କ ଛାପ ଚିରକାଳ ପାଇଁ ରହିଯିବ । ତାଙ୍କ ନିଖୁଣ ଅଭିନୟ ସାଙ୍ଗକୁ ଦାଦି ପରିଚୟକୁ ଭୁଲିପାରିବେନି ଦର୍ଶକ । 'ବାଲିକା ବଧୂ' ସିରିୟଲର ଜଗିଆ ଦାଦି ହେଉ କିମ୍ବା 'ବଧାଇ ହୋ' ଚଳଚ୍ଚିତ୍ରରେ ନକୂଲ ଦାଦି ଏଥିରେ ନିଖୁଣ ଅଭିନୟ କରି ଦାଦି ଚରିତ୍ରରେ ତାଙ୍କ ନାମର ସ୍ବର୍ଣ୍ଣିମ ଛାପ ଛାଡିଦେଇ ଯାଇଛନ୍ତି ।

ତେବେ ସୁରେଖା ସିକ୍ରି ତିନି ତିନି ଥର ଜାତୀୟ ପୁରସ୍କାର ସାଙ୍ଗକୁ ଥରେ ଫିଲ୍ମ ଫେୟାର ଆୱାର୍ଡରେ ସମ୍ମାନିତ ହୋଇଛନ୍ତି । ତାଙ୍କୁ 'ବଧାଇ ହୋ', ତମାସା, ଏବଂ ମାମୋ ପାଇଁ ତାଙ୍କୁ ନ୍ୟାସନାଲ ଫିଲ୍ମ ଆୱାର୍ଡରେ ସମ୍ମାନିତ କରାଯାଇଥିଲା । ଏହା ସାଙ୍ଗକୁ ଟେଲି ସିରିଅଲରେ ବେଷ୍ଟ ନେଗେଟିଭ୍ ରୋଲ୍ ଆୱାର୍ଡ ମଧ୍ଯ ପାଇଛନ୍ତି ସିକ୍ରି ।

ଅସୁସ୍ଥତା ସତ୍ତ୍ବେ 2020 ରେ ଜୋୟା ଅଖତାରଙ୍କ ନିର୍ଦ୍ଦେଶିତ ନେଟଫ୍ଲିକ୍ସର ଆନ୍ଥୋଲୋଜି ଫିଲ୍ମ 'ଘୋଷ୍ଟ ଷ୍ଟୋରୀଜ' ରେ ସିକ୍ରିଙ୍କୁ ଶେଷ ଥର ପାଇଁ ଅଭିନୟ କରିବାରେ ଦେଖିବାକୁ ମିଳିଥିଲା ​​। ସିକ୍ରିଙ୍କ ବିୟୋଗରେ ବଲିଉଡ ତଥା ସିନେ ଜଗତରେ ଶୋକର ଛାୟା ଖେଳିଯାଇଛି । ଅନେକ ସେଲିବ୍ରିଟି ତାଙ୍କ ଆତ୍ମାର ସଦଗତି କାମନା କରିବା ସହ ଶୋକବ୍ୟକ୍ତ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 16, 2021, 11:56 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.