ETV Bharat / sitara

ବିକ୍କୀ କହୁଛନ୍ତି ‘ହାଓଜ ଦ ଡିସଟାଣ୍ଟସ’

author img

By

Published : Jun 8, 2020, 8:58 PM IST

ବିକ୍କୀ କୌଶଲଙ୍କ ସାହାଯ୍ୟ ଲୋଡିଲା ମୁମ୍ବାଇ ପୋଲିସ । ‘ଉରି’ ଫିଲ୍ମ ଜରିଆରେ ଦେଶବାସୀଙ୍କୁ ବାଣ୍ଟିଲା ସମାଜିତ ଦୂରତା ବାର୍ତ୍ତା ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ବିକ୍କୀ କୌଶଲ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ବିକ୍କୀ କୌଶଲ

ମୁମ୍ବାଇ: ହ୍ୟାଣ୍ଡସମ ଆକ୍ଟର ବିକ୍କୀ କୌଶଲଙ୍କ ବ୍ଲକବଷ୍ଟର ଫିଲ୍ମ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ ସମସ୍ତଙ୍କ ଫେଭରେଟ ଫିଲ୍ମ ସାଜିଥିଲା । ଏହାସହ ଭାରତକୁ ଏକ ନୂଆ ଡାଇଲଗ ମଧ୍ୟ ଦେଇଥିଲା ଫିଲ୍ମ । ‘ଉରି’ର ଡାଇଲଗ ‘How's The Josh’ ଭାରତର ଜନତାଙ୍କୁ ଏତେ ପସନ୍ଦ ଆସିଥିଲା ଯେ ସଂସଦରେ ମଧ୍ୟ ଏହାର ଯାଦୁ ଦେଖିବାକୁ ମିଳିସାରିଛି । ଆଉ ଏବେ ମୁମ୍ବାଇ ପୋଲିସ ଏହି ଡାଇଲଗ କୋରୋନା ସହ ସମ୍ପୃକ୍ତ କରି ଦେଶବାସୀଙ୍କୁ ବାର୍ତ୍ତା ବାଣ୍ଟିଛି ।

ବର୍ତ୍ତମାନ ମୁମ୍ବାଇ ପୋଲିସ ସାମାଜିକ ଦୂରତା ପାଠ ଜନସାଧାରଣଙ୍କୁ ପଢାଇବାରେ ଲାଗିଛି । ଏପରି ପରିସ୍ଥିତିରେ ସେମାନେ ବିକ୍କୀଙ୍କ ଫିଲ୍ମ ‘ଉରି ଡାଇଲଗ How's The Josh’ ଉପରେ ଏକ ପୋଷ୍ଟ ସେୟାର କରିଛନ୍ତି । ଯେଉଁଥିରେ ବିକ୍କୀଙ୍କ ମୁହଁରେ ମାସ୍କ ଲଗାଇଯାଇଥିବା ନଜର ଆସୁଛି । ଆଉ ବିକ୍କୀଙ୍କୁ ପୋଲିସ ପଚାରୁଛି ‘How’s the distance ।’ ଯାହାର ଜବାବରେ ସେ କହୁଛନ୍ତି 6 ଫିଟ୍ ସାର ।

କୋରୋନା ଭାଇରସ ଏଡାଇବା ପାଇଁ ଲୋକଙ୍କୁ ପରସ୍ପର ଠାରୁ 6 ଫୁଟ ଦୂରତା ରଖିବାକୁ ଏବଂ ସାମାଜିକ ଦୂରତା ବୋଲି କୁହାଯାଉଛି । ସେପଟେ ପୋଲିସର ଏହି ପଦକ୍ଷେପ ସୋସିଆଲ ମିଡିଆ ୟୁଜର୍ସଙ୍କୁ ପସନ୍ଦ ଆସିଛି । ଅନେକ ୟୁଜର୍ସ ଏହି ପୋଷ୍ଟ ଉପରେ କମେଣ୍ଟ ମଧ୍ୟ କରିସାରିଲେଣି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.