ETV Bharat / sitara

ବରୁଣ ଓ ଆଲିୟାଙ୍କ ନିଆରା ପ୍ରେମ କାହାଣୀ, ଦେଖନ୍ତୁ ଭିଡିଓ

ପରିଶେଷରେ ରିଲିଜ ହୋଇଛି ବହୁ ଚର୍ଚ୍ଚିତ ମଲ୍ଟି ଷ୍ଟାରର ଫିଲ୍ମ 'କଲଙ୍କ'ର ଟ୍ରେଲର । ଯାହାକୁ ନେଇ ଖୁବ୍ ଉତ୍ସାହିତ ଦର୍ଶକ । ଦୀର୍ଘ ସମୟରୁ ଫିଲ୍ମର ଟ୍ରେଲର ଦେଖିବାକୁ ଅପେକ୍ଷା କରିବସିଥିଲେ ଫ୍ୟାନ୍ସ । ଫିଲ୍ମଟି ଏପ୍ରିଲ 17ରେ ରିଲିଜ ହେବାକୁ ଯାଉଛି ।

author img

By

Published : Apr 3, 2019, 11:00 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@କରନ ଜୋହର

ମୁମ୍ବାଇ: ଏବେ ଦର୍ଶକଙ୍କ ମଧ୍ୟରେ ଫିଲ୍ମ ନିର୍ମାତା କରନ ଜୋହରଙ୍କ ବହୁ ପ୍ରତିକ୍ଷିତ ମଲ୍ଟି ଷ୍ଟାର ଫିଲ୍ମ 'କଲଙ୍କ' ଦେଖିବାକୁ କ୍ରେଜ ଦେଖିବାକୁ ମିଳୁଛି । ଫିଲ୍ମ ଟିଜର ଆଉ ଗୀତ ଦେଖି ଦର୍ଶକ ନିଜକୁ ଆଉ ରୋକିପାରୁନାହାଁନ୍ତି ଫିଲ୍ମ ଦେଖିବାକୁ । ଇତିମଧ୍ୟରେ ମଙ୍ଗଳବାର କରନ ଟ୍ବିଟରରେ କଲଙ୍କର ଟିଜର ସେୟାର କରି ଦର୍ଶକଙ୍କୁ ଆଉ ଗୋଟିଏ ଦିନ ଅପେକ୍ଷା କରିବାକୁ କହିଥିଲେ । କାରଣ ସେ ଏପ୍ରିଲ 3 ଅର୍ଥାତ୍ ଆଜି ଫିଲ୍ମର ଟ୍ରେଲର ରିଲିଜ କରିବାର ସୂଚନା ଦେଇଥିଲେ । ପରିଶେଷରେ ଦର୍ଶକଙ୍କ ଅପେକ୍ଷାର ଅନ୍ତ ଘଟାଇଛନ୍ତି କରନ । ରିଲିଜ କଲେ 'କଲଙ୍କ'ର ଶାନଦାର ଟ୍ରେଲର ।

  • " class="align-text-top noRightClick twitterSection" data="">

ଟ୍ରେଲରେ ରୋମାନ୍ସ, ଆକ୍ସନ, ଡ୍ରାମ ଏବଂ ଶାନଦାର ଡାଇଲଗର ଜବରଦସ୍ତ ତଡକା ଦେଖିବାକୁ ମିଳିଛି । ଟ୍ରେଲର ପ୍ରଥମରେ ଆଲିୟା ଭଟ୍ଟଙ୍କ ସ୍ବରରେ ଶୁଣିବାକୁ ମିଳୁଛି ଯେ, ସେ କହୁଛନ୍ତି କି ରାଗରେ କରିଥିବା ଗୋଟିଏ ଭୁଲ ପାଇଁ ସବୁ କିଛି ନଷ୍ଟ ହୋଇଯାଇଛି । ଅନ୍ୟପଟେ ବରୁଣଙ୍କ ଦମଦାର ଏଣ୍ଟ୍ରି ନିହାତି ଦର୍ଶକଙ୍କ ମନ କିଣିବ ।

ଫିଲ୍ମରେ 1945ର ବ୍ୟାକଡ୍ରପ ଦେଖିବାକୁ ମିଳୁଛି । ଯେଉଁଥିରେ ହିନ୍ଦୁ, ମୁସଲମାନର ପ୍ରେମ କାହାଣୀ ଦେଖାଯାଇଛି, ସେହିଠାରେ ହିନ୍ଦୁ, ମୁସଲମାନର ଦଙ୍ଗ ମଧ୍ୟ ଦେଖିବାକୁ ମିଳୁଛି ।

ଏହି ଅବସରରେ କରନ ଟ୍ବିଟର ଆକାଉଣ୍ଟରେ ଫ୍ୟାନ୍ସଙ୍କ ପାଇଁ ଟ୍ରେଲର ସେୟାର କରିଛନ୍ତି । ଏହାସହ ସେ କ୍ୟାପସନରେ ଲେଖିଛନ୍ତି, "A World of love, longing & relationships that go beyond reasoning!. Kalan trailer out now. " ଅନ୍ୟପଟେ ୟୁଟ୍ୟୁବରେ 'କଲଙ୍କ' ଟ୍ରେଲର ଆସିବା ମାତ୍ରେ ଦୁଇ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି ।

ଏହା ମଧ୍ୟ ଶୁଣିବାକୁ ମିଳୁଛି ଯେ କରନଙ୍କ ଏହି ଫିଲ୍ମଟି ଏଯାବତର ସବୁଠାରୁ ମହଙ୍ଗା ଫିଲ୍ମ ବୋଲି । ଯାହା ଫିଲ୍ମର ବ୍ୟାକଗ୍ରାଉଣ୍ଡ ଦେଖି ଜଣାପଡୁଛି । ପୁଣିଥରେ ଦର୍ଶକଙ୍କୁ ନିଜ ଆଡକୁ ଆକର୍ଷିତ କରିବ ବରୁଣ ଓ ଆଲିୟାଙ୍କ ପ୍ରେମ କାହାଣୀ ।

ପ୍ରକାଶ ଥାଉକି ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି ବରୁଣ, ଆଲିୟା, ଆଦିତ୍ୟ ରାୟ କପୁର, ସୋନାକ୍ଷୀ ସିହ୍ନା, ମାଧୁରୀ ଦୀକ୍ଷିତ ଓ ସଞ୍ଜୟ ଦତ୍ତ । ଫିଲ୍ମରେ ବରୁଣ, ଜଫର ଭୂମିକାରେ ଥିବା ବେଳେ ଆଲିୟା ରୁପ ଭୂମିକାରେ । ଯାହାଙ୍କ ପ୍ରେମ କାହାଣୀ ଦୁନିଆର କୌଣସି ସୀମା ସରହଦକୁ ଖାତିରି କରୁନାହିଁ । ଫିଲ୍ମଟି ଏପ୍ରିଲ 17ରେ ରିଲିଜ ହେବାକୁ ଯାଉଛି ।

Intro:Body:

Blank

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.