ETV Bharat / sitara

Miss World 2021: ପଶିଲା କୋରୋନା, ମିସ୍ ୱାର୍ଲ୍ଡ ଫାଇନାଲ ପ୍ରତିଯୋଗିତା ସ୍ଥଗିତ

author img

By

Published : Dec 17, 2021, 12:48 PM IST

ଅନିର୍ଦ୍ଦିଷ୍ଟ କାଳ ପାଇଁ ଘୁଞ୍ଚିଲା 2021 ମିସ୍ ୱାର୍ଲ୍ଡ ଫାଇନାଲ ପ୍ରତିଯୋଗିତା(Miss World-2021 Postponed) । ଅଧିକ ପଢନ୍ତୁ

Miss World-2021 Postponed: ଘୁଞ୍ଚିଲା ମିସ୍ ୱାର୍ଲ୍ଡ ଫାଇନାଲ ପ୍ରତିଯୋଗିତା

ନୂଆଦିଲ୍ଲୀ: ସ୍ଥଗିତ ରହିଲା 2021 ମିସ୍ ୱାର୍ଲ୍ଡ ପ୍ରତିଯୋଗିତା(Miss World-2021 Postponed) । ଏଥିର ଭାଗ ନେଇଥିବା ପ୍ରତିଯୋଗୀ ଏବଂ ଷ୍ଟାଫଙ୍କୁ ମିଶାଇ 17 ଜଣ କୋଭିଡ ପଜିଟିଭ ଚିହ୍ନଟ ହେବା ପରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଛି । ଏନେଇ ମିସ୍ ୱାର୍ଲ୍ଡ-2021 କର୍ମକର୍ତ୍ତାଙ୍କ ପକ୍ଷରୁ ସୂଚନା ମିଳିଛି ।

  • " class="align-text-top noRightClick twitterSection" data="">

ଖବର ଅନୁଯାୟୀ ଚଳିତ ବର୍ଷ ମିସ୍ ୱାର୍ଲ୍ଡ ଫାଇନାଲ ପ୍ରତିଯୋଗିତା ପେରୁଟର ରିକୋରେ ଏହି ସପ୍ତାହ ଅନୁଷ୍ଠିତ ହେବାର ଥିଲା । ମାତ୍ର 17 ଜଣ ପ୍ରତିଯୋଗୀ ଏବଂ ଷ୍ଟାଫ୍ କୋଭିଡ ପଜିଟିଭ ଚିହ୍ନଟ ହେବା ପରେ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଛି । ପ୍ରତିଯୋଗୀ, କର୍ମଚାରୀ, କ୍ରୁ ମେମ୍ବର ଏବଂ ସାଧାରଣ ଜନତାଙ୍କ ସ୍ୱାସ୍ଥ୍ୟ ଏବଂ ସୁରକ୍ଷାକୁ ଦୃଷ୍ଟିରେ ରଖି ସ୍ଥଗିତ ରଖାଯାଇଥିବା କାର୍ଯ୍ୟକ୍ରମ ଆୟୋଜକଙ୍କ ପକ୍ଷରୁ କୁହାଯାଇଛି । ତେବେ ଆସନ୍ତା 3 ମାସ ମଧ୍ୟରେ ପ୍ରତିଯୋଗିତା ନେଇ ସମୟ ଧାର୍ଯ୍ୟ କରାଯିବ ।

ମିସ୍ ୱାର୍ଲ୍ଡ 2021 କାର୍ଯ୍ୟକ୍ରମର ତଦାରଖ କରିବା ପାଇଁ ନିଯୁକ୍ତ ଭୂତାଣୁ ସଂକ୍ରମଣ ବିଶେଷଜ୍ଞ, ଡାକ୍ତରୀ ଦଳ ଏବଂ ପେରୁଟ ରିକୋ ସ୍ୱାସ୍ଥ୍ୟ ବିଭାଗ ସହିତ ଆଲୋଚନା କରିବା ପରେ ଗ୍ରାଣ୍ଡ ଫାଇନାଲ କାର୍ଯ୍ୟକ୍ରମକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.