ETV Bharat / sitara

ଭର୍ଚୁଆଲରେ ହେବ ମିସ ସାଉଥ ଆଫ୍ରିକା 2020, ଆବେଦନର ଶେଷ ତାରିଖ ମେ' 31 - ମିସ୍ ସାଉଥ ଆଫ୍ରିକା 2020

ସମସ୍ତ ଜାତୀୟ ତଥା ଆନ୍ତର୍ଜାତୀୟ କାର୍ଯ୍ୟକ୍ରମ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ ରହିଛି, ମିସ୍ ସାଉଥ ଆଫ୍ରିକା 2020 ର ଆୟୋଜକମାନେ ଏହି ପ୍ରତିଯୋଗିତା ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ଆନ୍ତର୍ଜାତୀୟ ୱେବସାଇଟ୍ ରିପୋର୍ଟ କରିଛି। ତେବେ ଏହି ପ୍ରକ୍ରିୟା ଭର୍ଚୁଆଲରେ କରାଯିବ।

coronavirus pandemic
ଭର୍ଚୁଆଲରେ ହେବ ମିସ ସାଉଥ ଆଫ୍ରିକା 2020, ଆବେଦନର ଶେଷ ତାରିଖ ମେ' 31
author img

By

Published : May 13, 2020, 1:12 PM IST

ନୂଆଦିଲ୍ଲୀ: ସମସ୍ତଙ୍କୁ ଚିନ୍ତାରେ ପକାଇଛି କୋରୋନା ଭାଇରସ। ସଂକ୍ରମଣ ଭୟରେ ସଭା,ସମିତି ସହ ଉତ୍ସବ,ମହୋତ୍ସୋବ ସବୁକିଛି ବାତିଲ। ଏହି ମହାମାରୀ ପାଇଁ ପ୍ରତିଷେଧକ ବାହାରି ନଥିବାରୁ ସ୍ବଚ୍ଛତା,ସତର୍କତା ଓ ସାମାଜିକ ଦୁରତା ହିଁ ସୁସ୍ଥ ରହିବାର ମୂଳମନ୍ତ୍ର।

ଏପରି ପରିସ୍ଥିତିରେ, ଯେତେବେଳେ ସମସ୍ତ ଜାତୀୟ ତଥା ଆନ୍ତର୍ଜାତୀୟ କାର୍ଯ୍ୟକ୍ରମ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ ରହିଛି, ମିସ୍ ସାଉଥ ଆଫ୍ରିକା 2020 ର ଆୟୋଜକମାନେ ଏହି ପ୍ରତିଯୋଗିତା ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ଆନ୍ତର୍ଜାତୀୟ ୱେବସାଇଟ୍ ରିପୋର୍ଟ କରିଛି। ତେବେ ଏହି ପ୍ରକ୍ରିୟା ଭର୍ଚୁଆଲରେ କରାଯିବ।

ତେବେ ଏହି ପ୍ରତିଯୋଗିତାରେ ଭାଗ ନେବା ପାଇଁ ଅନଲାଇନ ପ୍ରବେଶ ସୋମବାର ଠାରୁ ଆରମ୍ଭ ହୋଇଛି। ଏଥିରେ ଭାଗନେବା ପାଇଁ ଇଛୁକ ବ୍ୟକ୍ତିମାନେ ମିସ ସାଉଥ ଆଫ୍ରିକାର ୱେବସାଇଟରେ ଆବେଦନ କରିପାରିବେ। ଆବେଦନ କରିବାର ଶେଷ ତାରିଖ ମେ 31 ଧାର୍ଯ୍ୟ କରାଯାଇଛି। ଅନଲାଇନ ଚୟନ ପ୍ରକ୍ରିୟାରେ ଅଧିକ ପ୍ରାର୍ଥିକ ନିକଟରେ ପହଞ୍ଚିହେବ । ଏହାସହ ନିଆଯାଇଥିବା ପଦକ୍ଷେପ ଆଶାତୀତ ସଫଳ ହେବ ବୋଲି ଆୟୋଜକ ମାନେ ଆଶାବ୍ୟକ୍ତ କରିଛନ୍ତି।

ମିସ ସାଉଥ୍ ଆଫ୍ରିକାର ସିଇଓ ଷ୍ଟିଫାନୀଙ୍କ କହିବା ଅନୁସାରେ, ଗତ ବର୍ଷ ମଧ୍ୟ ଅନଲାଇନରେ ପ୍ରବେଶ ପ୍ରକ୍ରିୟା କରାଯାଇଥିଲା ଏବଂ ସେମାନଙ୍କର ଲକ୍ଷ୍ୟ ହେଉଛି ଏହି ପ୍ଲାଟଫର୍ମ ମାଧ୍ୟମରେ ମହିଳା ସଶକ୍ତିକରଣ ପ୍ରଦର୍ଶନ କରିବା”। ମିସ୍ ୟୁନିଭର୍ସ ଜୋଜିବିନି ଟୁନି ମିସ୍ ସାଉଥ ଆଫ୍ରିକା 2020 କ୍ୟାମ୍ପେନର ଲିଡ୍ ଫେସ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.