ମୁମ୍ବାଇ: ଆଜି 40 ବର୍ଷରେ ପଦାର୍ପଣ କରିଛନ୍ତି ବି-ଟାଉନର କ୍ୟୁଟ ଆକ୍ଟର ଶାହିଦ କପୁର । ବଲିଉଡରେ ନିଜ ଅଭିନୟ ବ୍ୟତୀତ ଡାନ୍ସ ଏବଂ ରୋମାଣ୍ଟିକ ଅନ୍ଦାଜ ପାଇଁ ବେଶ୍ ଚର୍ଚ୍ଚିତ ଅଭିନେତା ।
ଏହି ବିଶେଷଦିନରେ ବହୁ ପ୍ରଶଂସକଙ୍କ ସହିତ ବହୁ ବଲିଉଡ ସେଲିବ୍ରିଟି ଏବଂ ପରିବାରର ସଦସ୍ୟମାନେ ମଧ୍ୟ ତାଙ୍କୁ ସୋସିଆଲ ମିଡିଆ ମାଧ୍ୟମରେ ଶୁଭେଚ୍ଛା ଜଣାଉଛନ୍ତି ।
- " class="align-text-top noRightClick twitterSection" data="
">
ଏହି ଅବସରରେ ଶାହିଦଙ୍କ ପତ୍ନୀ ମୀରା ରାଜପୁତ ମଧ୍ୟ ତାଙ୍କୁ ଏକ ଖାସ ଅନ୍ଦାଜରେ ଶୁଭେଚ୍ଛା ଜଣାଇଛନ୍ତି ।
ମୀରା ଇନଷ୍ଟାଗ୍ରାମରେ ଶାହିଦଙ୍କ ସହ ଏକ ଫଟୋ ପୋଷ୍ଟ କରି ଏକ ପ୍ରେମଭରା ନୋଟ ଲେଖିଛନ୍ତି । ଫଟୋରେ ମାରା ଶାହିଦଙ୍କୁ କିସ୍ କରୁଥିବାର ଦେଖିବାକୁ ମିଳିଛି।
- " class="align-text-top noRightClick twitterSection" data="
">
ଏହି ଫଟୋର କ୍ୟାପସନରେ ମୀରା ଲେଖିଛନ୍ତି, 'ଯେତେବେଳେ ମୁଁ ତୁମ ସହିତ ଥାଏ, ମୁଁ ନିଜକୁ ଅଧିକ ପସନ୍ଦ କରେ । ହାପି ବର୍ଥଡେ ମାଇଁ ଲଭ ।
ପ୍ରକାଶ ଥାଉ ଯେ, ଜୁଲାଇ 2015 ରେ ମୀରା ଏବଂ ଶାହିଦ ବିବାହ କରିଥିଲେ।