ETV Bharat / sitara

ସାରାଙ୍କ ଭ୍ୟାନିଟ ଭ୍ୟାନରେ BLAST, ଉଡ଼ିଲା ଅଭିନେତ୍ରୀଙ୍କ ହୋସ୍‌

author img

By

Published : Jan 23, 2022, 5:29 PM IST

ରବିବାର ଫିଲ୍ମର ସୁଟିଂ ପାଇଁ ମେକ-ଅପ୍‌ ହେଉଥିବା ସମୟରେ ସାରାଙ୍କ ଭ୍ୟାନିଟି ଭ୍ୟାନରେ ହେଲା ଏକ ବ୍ଲାଷ୍ଟ । ତେବେ ଏହି ବ୍ଲାଷ୍ଟ କିପରି ହେଲା ଜାଣିବା ପାଇଁ ଅଧିକ ପଢନ୍ତୁ

ସାରାଙ୍କ ଭ୍ୟାନିଟ ଭ୍ୟାନରେ ହେଲା BLAST, ଉଡ଼ିଲା ଅଭିନେତ୍ରୀଙ୍କ ହୋସ୍‌

ମୁମ୍ବାଇ: ବଲିଉଡ଼ର 'ଚକାଚକ୍‌' ଗର୍ଲ ସାରା ଅଲ୍ଲୀ ଖାନ ଏବେ ଆକ୍ଟର ବିକି କୌଶଲଙ୍କ ସହିତ ନିଜର ଆଗାମୀ ଫିଲ୍ମ ପାଇଁ ସୁଟିଂ କରୁଛନ୍ତି । ତେବେ ରବିବାର ସକାଳେ ସେ ସୁଟିଂ ପାଇଁ ମେକ-ଅପ୍‌ ନେଉଥିବା ବେଳେ ତାଙ୍କ ଭ୍ୟାନିଟି ଭ୍ୟାନରେ ହୋଇଛି ବିସ୍ଫୋରଣ । ଏହାପରେ ସାରାଙ୍କ ସମେତ ମେକ-ଅପ ଆର୍ଟିଷ୍ଟ ସମସ୍ତେ ଭୟଭୀତ ହୋଇପଡ଼ିଥିବା ବେଳେ ଏହାର ଭିଡ଼ିଓକୁ ସାରା ନିଜ ସୋସିଆଲ ହ୍ୟାଣ୍ଡେଲରେ ସେୟାର କରିଛନ୍ତି । ଭିଡ଼ିଓକୁ ଦେଖିବା ପରେ ଫ୍ୟାନ୍ସ ଚିନ୍ତା ବଢିଯାଇଥିବା ଦେଖିବାକୁ ମିଳିଛି ।

ଭ୍ୟାନିଟି ଭ୍ୟାନ୍‌ରେ ବସି ମେକ-ଅପ୍‌ ଆର୍ଟିଷ୍ଟଙ୍କ ସହିତ ସାରା କଥା ହେଉଥିବା ସମୟରେ ହୋଇଥିଲା ଏହି ବ୍ଲାଷ୍ଟ । ଏହାପରେ ଭୟରେ ଚିତ୍କାର କରିଥିଲେ ସାରା । ଏହି ଭିଡ଼ିଓର କ୍ୟାପସନରେ ଭୂତ ଇମୋଜି ସହିତ Morning like this(ସକାଳ ଏହିପରି) ଲେଖି ସେୟାର କରିଛନ୍ତି । ଏହାସହିତ ଏଥିରେ ଇଲେକ୍ଟ୍ରିକ ବଲ୍‌ବ ଓ ବ୍ଲାଷ୍ଟର ଇମୋଜି ମଧ୍ୟ ସେୟାର କରିଛନ୍ତି । ଏଥିରୁ ଜଣାପଡୁଛି ଯେ ମେକ-ଅପ୍‌ ଆଇନାରେ ଲାଗିଥିବା ବଲ୍‌ବ ଫାଟି ଏହି ବିସ୍ଫୋରଣ ଘଟିଛି ।

ଏହା ବି ପଢନ୍ତୁ: PC becomes Mother via Surrogacy: ଟ୍ରୋଲର ଶିକାର ପ୍ରିୟଙ୍କା

ଏହି ବ୍ଲାଷ୍ଟରେ ସାରାଙ୍କୁ ଆଘାତ ଲାଗିଛି କି ନାହିଁ ସେ ସମ୍ପର୍କରେ ସ୍ପଷ୍ଟ ହୋଇନାହିଁ । କିନ୍ତୁ ଭିଡ଼ିଓଟି ସେୟାର ହେବା ପରେ ସାରାଙ୍କ ଫ୍ୟାନ୍ସ ଚିନ୍ତିତ ହୋଇପଡ଼ିଥିବା ଦେଖିବାକୁ ମିଳିଛି । ଫିଲ୍ମ ସୁଟିଂ ସମୟରେ ଏହି ବ୍ଲାଷ୍ଟ ହୋଇଛି । ସାରା ଆଗକୁ ବିକିଙ୍କ ସହିତ ନଜର ଆସିବେ । ଏହି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବରେ ରହିଛନ୍ତି 'ମିମି' ଫିଲ୍ମ ନିର୍ଦ୍ଦେଶକ ଲକ୍ଷ୍ମଣ ଉତେକର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.