ETV Bharat / sitara

ଥ୍ରୋବ୍ୟାକ ଫଟୋ ପୋଷ୍ଟ କରି ମଡେଲିଂ ଡେ ମନେ ପକାଇଲେ ମିଲିନ୍ଦ

author img

By

Published : Jun 25, 2021, 9:59 AM IST

Updated : Jun 25, 2021, 10:08 AM IST

ଭାଇରାଲ ହେଉଛି ମିଲିନ୍ଦଙ୍କ ମଡେଲିଂ ଫଟୋ । ଯାହାକୁ ସେୟାର କରି ଚର୍ଚ୍ଚାରେ ଅଭିନେତା । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ମିଲିନ୍ଦ ସୋମନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ମିଲିନ୍ଦ ସୋମନ

ମୁମ୍ବାଇ: ସବୁବେଳେ ନିଜ ଫିଟନେସ୍‌କୁ ନେଇ ଚର୍ଚ୍ଚାରେ ରୁହନ୍ତି ମିଲିନ୍ଦ ସୋମନ । ସେ ନିଜର ଭିଡିଓ, ଫଟୋ ସେୟାର କରି ଫ୍ୟାନ୍ସଙ୍କୁ ମଧ୍ୟ ଫିଟ୍ ରହିବାକୁ ଉତ୍ସାହିତ କରନ୍ତି । ସେ ସୋସିଆଲ ମିଡିଆରେ ପ୍ରାୟତଃ କିଛି ନା କିଛି ସେୟାର କରୁଥିବାର ନଜର ଆସନ୍ତି । ଏଥର ମଧ୍ୟ ସେ ନିଜର କିଛି ଥ୍ରୋବ୍ୟାକ ଫଟୋ ପୋଷ୍ଟ କରି ଫ୍ୟାନ୍ସଙ୍କୁ ଖୁସ୍ କରିଦେଇଛନ୍ତି ।

ସେ ନିଜ ମଡେଲିଂ ସମୟର କିଛି ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଯାହାର କ୍ୟାପସନରେ ସେ ଲେଖିଛନ୍ତି, ‘ଥ୍ରୋବ୍ୟାକ ଗୁରୁବାର । ଯାହା ମୋର ପ୍ରଥମ ଫ୍ୟାସନ ସୁଟ ମଧ୍ୟରୁ ଗୋଟିଏ ମୋର ଶେଷ ଫଟୋ।’

ସେହିପରି ଏହି ଫଟୋରେ ସେ କିଛି ମସିହା ମଧ୍ୟ ଲେଖିଛନ୍ତି । ପ୍ରକାଶ ଥାଉକି ଏହା ପୂର୍ବରୁ ସେ ଟ୍ରାଭେଲ ଡାଏରୀରୁ ଲଦାଖର ଏକ ପୁରୁଣା ଫଟୋ ପୋଷ୍ଟ କରି ଲଦାଖକୁ ମିସ୍ କରିବା କଥା ସମସ୍ତଙ୍କୁ ଜଣାଇଥିଲେ ଅଭିନେତା । ଭାଇରାଲ ହେଉଥିଲା ତାଙ୍କ ଏହି ପୋଷ୍ଟ ।

@IANS

Last Updated : Jun 25, 2021, 10:08 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.