ETV Bharat / sitara

ପଙ୍ଗପାଳ ଖାଇବା ଭିଡିଓ, ରାଗିଲେ ମୀରା - ଅଭିନେତ୍ରୀ ମୀରା ଚୋପ୍ରାଙ୍କ ପ୍ରତିକ୍ରିୟା

ଏବେ ଦେଶରେ ପଙ୍ଗପାଳ ଆତଙ୍କ । ସେପଟେ ଜଣେ ବ୍ୟକ୍ତି ପଙ୍ଗପାଳ ଖାଉବାକୁ ନେଇ ଆଶ୍ଚର୍ଯ୍ୟ ଅଭିନେତ୍ରୀ ମୀରା ଚୋପ୍ରା।

ଡିଜାଇନ ଫଟୋ
ଡିଜାଇନ ଫଟୋ
author img

By

Published : May 30, 2020, 4:12 PM IST

ମୁମ୍ବାଇ: କୋରୋନା ଭାଇରସ ପରେ ଦେଶର ଅନେକ ରାଜ୍ୟରେ ପଙ୍ଗପାଳ ଆତଙ୍କ ଖେଳିଯାଇଛି। ଏହା ବର୍ତ୍ତମାନ ଲକଡାଉନରେ ଦ୍ବିତୀୟ ମୁଖ୍ୟ କାରଣ ସାଜିଛି । ଏହି ପଙ୍ଗପାଳ ଚାଷ ନଷ୍ଟ କରୁଛନ୍ତି । କିଛି ଦିନ ପୂର୍ବରୁ ପଙ୍ଗପାଳଙ୍କ ଆତଙ୍କ ପାକିସ୍ତାନରେ ଦେଖିବାକୁ ମିଳିଥିଲା । ଆଉ ଏବେ ଭାରତରେ ମଧ୍ୟ ଆତଙ୍କ ସୃଷ୍ଟି କରିଛନ୍ତି। ପାକିସ୍ତାନରୁ ଆରମ୍ଭ କରି ବର୍ତ୍ତମାନ ଏହି ପଙ୍ଗପାଳ ଏକ ଦଳ ରାଜସ୍ଥାନରେ ହଇଚଇ ସୃଷ୍ଟି କରିଛି। ଯାହାକୁ ନେଇ କୃଷକଙ୍କ ଚିନ୍ତା ବଡିଚାଲିଛି । ଇତିମଧ୍ୟରେ ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ୍ ଭାଇରାଲ ହେଉଛି । ଯାହା ଉପରେ ପ୍ରତିକ୍ରିୟା ରଖିଛନ୍ତି ପ୍ରିୟଙ୍କା ଚୋପ୍ରାଙ୍କ ଭଉଣୀ ତଥା ଅଭିନେତ୍ରୀ ମୀରା ଚୋପ୍ରା।

ଭିଡିଓ ସୌଜନ୍ୟ: ଟ୍ବିଟର

କଥାଟି ହେଲା ଯେ ଭିଡିଓରେ ଜଣେ ବ୍ୟକ୍ତି ପଙ୍ଗପାଳ ଖାଉଥିବାର ନଜର ଆସୁଛନ୍ତି । ସେହି ବ୍ୟକ୍ତିଙ୍କ ଏପରି ବ୍ୟବହାର ଦେଖି ମୀରା ନିଜ କ୍ରୋଧ ଜାହିର କରିଛନ୍ତି ।

ଭିଡିଓକୁ ମୀରା ଟ୍ବିଟରରେ ସେୟାର କରି ଲେଖିଛନ୍ତି, ‘ଏହି ଫରୱାର୍ଡ ଭିଡିଓ ମିଳିଛି । କଣ ଏହି ଭିଡିଓ ସତ । ଲୋକେ ସତରେ ପଙ୍ଗପାଳ ଖାଉଛନ୍ତି । ତେବେ କଣ କୋରୋନା ଭାଇରସରୁ ଏଯାବତ କିଛି ଶିଖିନାହାଁନ୍ତି । ଆଶ୍ଚର୍ଯ୍ୟକର ।’

ପ୍ରକାଶ ଥାଉକି ଏହି ଭିଡିଓଟି କୌଣସି ଏକ ମୁସଲିମ ଦେଶରର । ଯେଉଁଠାରେ ପନିପରିବାର ଭଳି ପଙ୍ଗପାଳ ବିକ୍ରି କରାଯାଉଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.