ETV Bharat / sitara

29ରେ ଆମାଜନ ପ୍ରାଇମ ଭିଡିଓରେ ରିଲିଜ୍ ହେବ 'ମାଷ୍ଟର'

ଥଲାପତୀ ବିଜୟ ଏବଂ ବିଜୟ ସେଥୁପତୀଙ୍କ ଫିଲ୍ମ 'ମାଷ୍ଟର' ବିଷୟରେ ଆମାଜନ ପ୍ରାଇମ ଭିଡିଓ ଏକ ବଡ଼ ଘୋଷଣା କରିଛି । ଅଧିକ ପଢନ୍ତୁ...

master-to-release-on-amazon-prime-video-on-january-29
29 ରେ ଆମାଜନ ପ୍ରାଇମ ଭିଡିଓରେ ରିଲିଜ୍ ହେବ 'ମାଷ୍ଟର'
author img

By

Published : Jan 27, 2021, 3:33 PM IST

ମୁମ୍ବାଇ: ତାମିଲ ଆକ୍ସନ୍ ଥ୍ରୀଲର ଫିଲ୍ମ 'ମାଷ୍ଟର' ଜାନୁଆରୀ 29ରେ ଆମାଜନ ପ୍ରାଇମ ଭିଡିଓରେ ମୁକ୍ତିଲାଭ କରିବ । ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଥଲାପତୀ ବିଜୟ ଏବଂ ବିଜୟ ସେଥୁପତୀ ଅଭିନୟ କରିଛନ୍ତି ।

ଅନଲାଇନ୍ ବ୍ରଡକାଷ୍ଟର ଆମାଜନ ପ୍ରାଇମ ଭିଡିଓ ବୁଧବାର ଏହି ସୂଚନା ଦେଇଛି ।

ଏହି ଚଳଚ୍ଚିତ୍ରର ସ୍କ୍ରିପ୍ଟକୁ ଲୋକେଶ କଙ୍ଗରାଜ ଲେଖିଛନ୍ତି ଏବଂ ସେ ଏହାର ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି । ପ୍ରେକ୍ଷାଳୟରେ ପୋଙ୍ଗଲ ଅବସରରେ ଏହି ଫିଲ୍ମ 13 ଜାନୁଆରୀରେ ମୁକ୍ତିଲାଭ କରିଥିଲା ​​। ଚଳଚ୍ଚିତ୍ର 'ମାଷ୍ଟର'ର କାହାଣୀ ଜନ୍ ଦୁରାଇରାଜ ନାମକ ଜଣେ ମଦ୍ୟପାନ କରୁଥିବା ପ୍ରଫେସର (ବିଜୟ)ଙ୍କ ଜୀବନୀ ଉପରେ ଆଧାରିତ ।

ବିଜୟ କହିଛନ୍ତି ଯେ ସେ 'ଖୁସି' ଯେ ଭାରତ ସମେତ ଅନ୍ୟ ଦେଶର ଦର୍ଶକ ମଧ୍ୟ ଏହି ଚଳଚ୍ଚିତ୍ରକୁ ଉପଭୋଗ କରିପାରିବେ । କଙ୍ଗରାଜ କହିଛନ୍ତି ଯେ, ଏହା ଅତ୍ୟନ୍ତ ଆନନ୍ଦଦାୟକ ଅନୁଭୂତି ଯେ ଏହି ଚଳଚ୍ଚିତ୍ରଟି ଆମାଜନରେ ସର୍ବଭାରତୀୟ ସ୍ତରରେ ମୁକ୍ତିଲାଭ କରୁଛି ।

ପ୍ରକାଶ ଥାଉ ଯେ,ଏହି ଚଳଚ୍ଚିତ୍ରରେ ମାଲବିକା ମୋହନନ, ଅନ୍ଦ୍ରେୟା ଜରମେହ ଏବଂ ଅନ୍ୟ କଳାକାରମାନେ ମଧ୍ୟ ଅଭିନୟ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.