ETV Bharat / sitara

ସନ୍ତାନଙ୍କୁ ଜୀବନର ସର୍ବଶ୍ରେଷ୍ଠ Motivator କହିଲେ ମନ୍ଦିରା - ମନ୍ଦିରା ବେଦୀଙ୍କ ସନ୍ତାନ

ଫିଲ୍ମ ମେକର ସ୍ବାମୀଙ୍କୁ ହରାଇବା ପରେ ନିଜ ସନ୍ତାନଙ୍କୁ ଜୀବନର ସର୍ବଶ୍ରେଷ୍ଠ ପ୍ରେରଣାଦାତା ବା ମୋଟିଭେଟର କହିଲେ ମନ୍ଦିରା ବେଦୀ । ଅଧିକ ପଢନ୍ତୁ...

ସନ୍ତାନଙ୍କୁ ଜୀବନର ସର୍ବଶ୍ରେଷ୍ଠ Motivator କହିଲେ ମନ୍ଦିରା

author img

By

Published : Oct 17, 2021, 8:55 PM IST

ମୁମ୍ବାଇ: ଗତ କିଛି ମାସ ତଳେ ଫିଲ୍ମ ମେକର ହବି ରାଜ କୌଶଲଙ୍କୁ ହରାଇଛନ୍ତି ଅଭିନେତ୍ରୀ ମନ୍ଦିରା ବେଦୀ । ନିଜ ଜୀବନର ଏହି ବଡ଼ କ୍ଷତି ପରେ ସେ ଆଗକୁ ବଢିବା ସହିତ ନିଜ ୨ ସନ୍ତାନଙ୍କୁ ସର୍ବଶ୍ରେଷ୍ଠ ମୋଟିଭେଟର ବା ପ୍ରେରଣାଦାତା ବୋଲି କହିଛନ୍ତି ସେ । ସେ ନିଜ ସନ୍ତାନଙ୍କ ଉତ୍ତମ ପ୍ୟାରେଣ୍ଟ ହେବା ପାଇଁ ଚେଷ୍ଟା କରୁଛନ୍ତି ବୋଲି କହିଛନ୍ତି ।

ମନ୍ଦିରାଙ୍କ ଗୋଟିଏ ପୁଅ ଭୀର(୧୦) ଓ ଜଣେ ଝିଅ ତାରା(୫) ରହିଛନ୍ତି । ଯିଏକି ବର୍ତ୍ତମାନ ତାଙ୍କ ଦୁନିଆ । ତାଙ୍କ ସନ୍ତାନ ୨ ଜଣ ତାଙ୍କୁ ଜୀବନରେ ଭଲ କାମ କରିବାକୁ ପ୍ରେରଣା ଯୋଗାଉଛନ୍ତି ବୋଲି ସେ କହିଛନ୍ତି । ସେ ଯାହା କରୁଛନ୍ତି ତାଙ୍କ ପାଇଁ କରୁଛନ୍ତି । ତାଙ୍କ ବଞ୍ଚିବାର କାରଣ, ଭଲ କାମ କରିବାର କାରଣ ତାଙ୍କ ସନ୍ତାନ ବୋଲି କହିଛନ୍ତି ମନ୍ଦିରା । ତେବେ ସେ ନିଜ ସନ୍ତାନଙ୍କ ଜଣେ ଉତ୍ତମ ଅଭିଭାବକ ହେବା ପାଇଁ ଚେଷ୍ଟା କରିବେ ବୋଲି କହିଛନ୍ତି ।

ମନ୍ଦିରା ଲଗାତାର ଭାବେ ଟେଲିଭିଜନରେ ବିଭିନ୍ନ ଶୋ' ମାଧ୍ୟମରେ ଦର୍ଶକଙ୍କ ସାମନାକୁ ଆସିଥାନ୍ତି । ଏହାସହିତ ସେ 'ଦିଲୱାଲେ ଦୁଲହନିଆଁ ଲେ ଜାଏଗେଁ' ଭଳି ଫିଲ୍ମରେ ଅଭିନୟ ମଧ୍ୟ କରିଛନ୍ତି । ଛୋଟ ପରଦାରେ ସେ ଶାନ୍ତି, କ୍ୟୋଁ କି ଶାଶ ଭି କଭି ବୋହୂ ଥି ଆଦି ସିରିଏଲରେ ଅଭିନୟ କରିଛନ୍ତି । ଏହାସହିତ ସେ ୨୦୦୩ ଓ ୨୦୦୭ ମସିହାରେ ICC ବିଶ୍ବକପ ସହିତ ୨୦୦୪ ଓ ୨୦୦୬ ମସିହାରେ ଚମ୍ପିଆନ୍ସ ଟ୍ରଫି ଏବଂ IPL ସିଜନ-୨ରେ ହୋଷ୍ଟ ମଧ୍ୟ କରିଛନ୍ତି ।

@PTI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.