ETV Bharat / sitara

ଆରହାନଙ୍କୁ ମିସ୍ କରୁଛନ୍ତି ହଟି ମମ୍‌ ମଲାଇକା

author img

By

Published : Aug 31, 2021, 4:51 PM IST

ବଲିଉଡ଼ର ହଟି ମମ୍‌ ମଲାଇକା ଅରୋରା ପୁଅ ଆରହାନଙ୍କୁ ମିସ୍‌ କରୁଥିବା ସୋସିଆଲ ମିଡ଼ିଆରେ ପୋଷ୍ଟ କରି କହିଛନ୍ତି । ଅଧିକ ପଢନ୍ତୁ...

ପୁଅ ଆରହାନଙ୍କୁ ଝୁରିଲେ ହଟି ମମ୍‌ ମଲାଇକା
ପୁଅ ଆରହାନଙ୍କୁ ଝୁରିଲେ ହଟି ମମ୍‌ ମଲାଇକା

ମୁମ୍ବାଇ: ଖାଲି ପଡ଼ିଛି ମଲାଇକାଙ୍କ ବସା । ନିକଟରେ ନାହାନ୍ତି ଗୋଟିଏ ମାତ୍ର ସନ୍ତାନ ଆରହାନ । ମଲାଇକା ଅରୋରା ଓ ଅରବାଜ ଖାନଙ୍କ ପୁଅ ଆରହାନ ଉଚ୍ଚଶିକ୍ଷା ପାଇଁ ବିଦେଶ ଗସ୍ତ କରିଥିବାରୁ ମାଆ ମଲାଇକା ତାଙ୍କୁ ମନେ ପକାଇଛନ୍ତି । ଆରହାନ ଏକ ଅଲଗା ଦେଶରୁ ରହିଥିବାରୁ ମାଆ ଓ ପୁଅ ମଧ୍ୟରେ ଏହି ଲଙ୍ଗ-ଡିଷ୍ଟାନ୍ସ ରିଲେସନସିପ ମଲାଇକାଙ୍କୁ ଦେଉଛି ଦୁଃଖ ।

ଆରହାନ ନିଜ ଜୀବନରେ ଏକ ନୂଆ ଅଧ୍ୟାୟ ଆରମ୍ଭ କରିବାକୁ ଯାଉଛନ୍ତି । ବର୍ତ୍ତମାନ ସେ ନିଜ କାର୍ଯ୍ୟ ନିଜେ କରିବାକୁ ଯାଉଛନ୍ତି । ବିଦେଶରୁ ଥିବାରୁ ନିଜ ଜୀବନରେ ଆସୁଥିବା ସମସ୍ତ ବିଷୟ ନିଷ୍ପତ୍ତି ମଧ୍ୟ ନେବାକୁ ଯାଉଛନ୍ତି । ଏଥିଲାଗି ମାଆ ମଲାଇକା ତାଙ୍କ ଉପରେ ଖୁବ ଗର୍ବିତ ବୋଲି କହିଛନ୍ତି । କିନ୍ତୁ ଛୋଟ ବେଳରୁ ଆରହାନ ସବୁବେଳେ ମଲାଇକାଙ୍କ ସହିତ ରୁହନ୍ତି । ହଠାତ ପୁଅକୁ ନିଜ ପାଖରେ ନ ପାଇବାରୁ ମଲାଇକା ଦୁଃଖିତ ଥିବା କହିଛନ୍ତି । ଆରହାନ ବର୍ତ୍ତମାନ ଜଣେ ଗ୍ରୋନ-ଅପ ବୟ ଓ ଆଗକୁ ଜଣେ ବ୍ୟକ୍ତି ହେବାକୁ ଯାଉଛନ୍ତି ବୋଲି କହିଛନ୍ତି । ଜୀବନରେ ଏହି ପରିବର୍ତ୍ତନ ପାଇଁ ତାଙ୍କୁ ପ୍ରସ୍ତୁତ ରହିବାକୁ ପଡ଼ିବ ବୋଲି ସେ କହିଛନ୍ତି ।

ମଲାଇକା ଓ ପୂର୍ବତନ ସ୍ବାମୀ ଅରବାଜ ଖାନଙ୍କ ପୁଅ ହେଉଛନ୍ତି ଆରହାନ । ସେ ୨୦୦୨ ମସିହାରେ ଜନ୍ମଗ୍ରହଣ କରିଥିଲେ । ଉଚ୍ଚଶିକ୍ଷା ପାଇଁ ସେ ଗତ ଅଗଷ୍ଟ ୧୭ ତାରିଖରେ ବିଦେଶ ଗସ୍ତ କରିଛନ୍ତି । ମଲାଇକା ନିଜ ୧୮ ବର୍ଷୀୟ ପୁଅକୁ ବିଦାୟକାଳୀନ ପାର୍ଟି ଦେଉଥିବା ବେଳେ ମଧ୍ୟ ଏକ ଭାବପୂର୍ଣ୍ଣ ନୋଟକୁ ସେୟାର କରିଥିଲେ । ଖୁବ ଦୂର ଯାଏଁ ଉଡ଼ିବାକୁ ଚେଷ୍ଟା କରିବାକୁ ସେ ଆରହାନଙ୍କୁ କହିଥିଲେ ଏବଂ ତାଙ୍କୁ ଏବେଠାରୁ ମିସ୍‌ କରୁଥିବା ମଧ୍ୟ ପୋଷ୍ଟରେ ଲେଖିଥିଲେ ।

ଅନ୍ୟପଟେ ମଲାଇକା MTVର 'Supermodel Of The Year S02'ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହି ଶୋ'ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ମଡ଼େଲିଂ ଇଣ୍ଡଷ୍ଟ୍ରି ପାଇଁ ମଡ଼େଲଙ୍କୁ ଟିପ୍ସ ଦେବା ଓ ସେମାନଙ୍କୁ ଏହି ଇଣ୍ଡଷ୍ଟ୍ରି ସମ୍ପର୍କରେ ଶିକ୍ଷା ଦିଆଯାଇଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.