ହାଇଦ୍ରାବାଦ: ଫ୍ୟାନ୍ସଙ୍କ କାରଣରୁ ଅସୁବିଧାରେ ପଡିଛନ୍ତି ଅଭିନେତ୍ରୀ ମଲାଇକା ଅରୋରା । ଶେଷରେ ଫ୍ୟାନ୍ସଙ୍କଠୁ ନିଜକୁ ବଞ୍ଚେଇବା ପାଇଁ ତାଙ୍କୁ ଦୌଡିବାକୁ ପଡିଛି ।
ତେବେ ମଲାଇକା ନିଜ ବାପାଙ୍କ ସହ ସପିଙ୍ଗ ମଲକୁ ବୁଲିବାକୁ ଯାଇଥିବା ବେଳେ ସେଲ୍ଫି ପାଇଁ ତାଙ୍କୁ ଘେରି ଯାଇଥିଲେ ଫ୍ୟାନ୍ସ । ମଲାଇକା ନିଜକୁ ସେଠାରେ ଅସୁରକ୍ଷିତ ମନେ କରି ଫ୍ୟାନ୍ସଙ୍କଠୁ ବଞ୍ଚିବା ପାଇଁ ସେଠାରୁ ଦୌଡିବାକୁ ପଡିଥିଲା । ମଲାଇକାଙ୍କ ବାପା ବାରଣ କରିବା ସତ୍ତ୍ବେ ମଧ୍ୟ କେହି ଶୁଣିନଥିଲେ ।
ତେବେ ଏନେଇ ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବା ପରେ ଫ୍ୟାନ୍ସଙ୍କ ବ୍ୟବହାରକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ତେବେ କେବଳ ମଲାଇକା ନୁହଁନ୍ତି ଅତୀତରେ ଶ୍ରୀଦେବୀ କନ୍ୟା ଖୁସି କପୁରଙ୍କ ସହ ମଧ୍ୟ ଏପରି ଘଟଣା ଘଟିଥିଲା । ମୁମ୍ବାଇର ରାସ୍ତାରେ ଖୁସିଙ୍କ ସହ ସେଲ୍ଫି ନେବା ପାଇଁ ଗହଳି ଲାଗିଯାଇଥିଲା ।