ETV Bharat / sitara

ସେଲିବ୍ରିଟିଙ୍କ ଫର୍ଜି ଫଲୋଅର୍ସ ମାମଲାରେ ମହାରାଷ୍ଟ୍ର ଗୃମନ୍ତ୍ରୀଙ୍କ ବୟାନ - ମହାରାଷ୍ଟ୍ର ପୋଲିସ କାର୍ଯ୍ୟନୁଷ୍ଠାନ

ଏବେ ଚର୍ଚ୍ଚାର ବିଷୟ ପାଲଟିଛି ଫେକ୍ ଫଲୋୟର୍ସ ମାମଲା । ଏହି ମାମଲାରେ ସମ୍ପୃକ୍ତ ଥିବା କମ୍ପାନୀ ଉପରେ କଡା କାଯ୍ୟନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଅନିଲ ଦେଶମୁଖ ।

ଡିଜାଇନ ଫଟୋ
ଡିଜାଇନ ଫଟୋ
author img

By

Published : Jul 24, 2020, 7:41 PM IST

ମୁମ୍ବାଇ: କିଛି ଦିନ ହେବ ସୋସିଆଲ ମିଡିଆରେ ଫେକ ଫଲୋଅର୍ସ କରାଇବା ଥିବା ସଂସ୍ଥାକୁ ନେଇ ମହାରାଷ୍ଟ୍ରରେ ଚର୍ଚ୍ଚାର ବିଷୟ ପାଲଟିଛି । କିଛି କମ୍ପାନୀ ବଲିଉଡ ସେଲିବ୍ରିଟି ଓ ଫେମସ ଲୋକଙ୍କ ସୋସିଆଲ ମିଡିଆରେ ଫର୍ଜି ଫଲୋୟର୍ସଙ୍କ ସଂଖ୍ୟା ବଢାଇବା ପାଇଁ କାମ କରୁଛନ୍ତି । ଯାହାପାଇଁ ତାଙ୍କୁ ମିଳୁଛି ମୋଟା ଅଙ୍କ । ସେହିପରି ଏକ ରିପୋର୍ଟରେ ଦୀପିକା ପାଦୁକୋନ ଓ ପ୍ରିୟଙ୍କା ଚୋପ୍ରାଙ୍କ ଟ୍ବିଟରରେ ଫେକ୍ ଫଲୋୟର୍ସଙ୍କ ସଂଖ୍ୟା ଅଧିକା ବୋଲି ଖବର ସାମ୍ନାକୁ ଆସିଥିଲା । ଇତିମଧ୍ୟରେ ମହାରାଷ୍ଟ୍ରର ଗୃହମନ୍ତ୍ରୀ ଅନିଲ ଦେଶମୁଖ ଶୁକ୍ରବାର କହିଛନ୍ତି ଯେ ପିଆର(ଜନ ସମ୍ପର୍କ) କମ୍ପାନୀ ବଲିଉଡ ଷ୍ଟାର୍ସଙ୍କୁ ଫର୍ଜି ଫଲୋଅର୍ସ ଉପଲବ୍ଧ କରାଉଛି ।

ଯାହା ଉପରେ ଏବେ ମହାରାଷ୍ଟ୍ର ପୋଲିସ କାର୍ଯ୍ୟନୁଷ୍ଠାନ ଆରମ୍ଭ କରିଛି । ଫେକ୍ ଫଲୋଅର୍ସ ଯୋଗାଇଥିବା କମ୍ପାନୀକୁ ‘ବାଟ’ କୁହାଯାଏ । ଏହି ବାଟ୍ସର ବ୍ୟବହାର ଟ୍ରୋଲିଂ କିମ୍ବା ଡାଟା ଚୋରି କରିବା ପାଇଁ କରାଯାଇଥାଏ । ଏଥି ନିମନ୍ତେ ମହାରାଷ୍ଟ୍ର ପୋଲିସ ଏହି ବ୍ୟବସାୟକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ବୋଲି ଏକ ଭିଡିଓରେ କହିଛନ୍ତି ଅନିଲ।

ପ୍ରକାଶ ଥାଉକି ଏହି ମାମଲରେ ଏଯାବତ ପୋଲିସ ଜଣେ ବ୍ୟକ୍ତିକୁ ଗିରଫ କରିସାରିଛି। ଯାହାପରେ କ୍ରାଇମ ବ୍ରାଞ୍ଚ ସୋସିଆଲ ମିଡିଆ କମ୍ପାନୀଙ୍କୁ ସେଲିବ୍ରିଟିଙ୍କ ସଠିକ୍ ଫଲୋୟର୍ସଙ୍କ ଲିଷ୍ଟ ମାଗିଛି । ଯାହାଦ୍ବାରା ଜଣାପଡିବ ସେଲିବ୍ରିଟିଙ୍କ କେତେ ଫଲୋୟର୍ସ ଫେକ୍ ଅଛନ୍ତି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.