ମୁମ୍ବାଇ: ଆଜିକାଲି ସୋସିଆଲ ମିଡିଆରେ ବଲିଉଡର ଧକ ଧକ ଗର୍ଲ ମାଧୁରୀ ଦୀକ୍ଷିତ ବହୁତ ଆକ୍ଟିଭ ଅଛନ୍ତି । ଏହି ସମୟରେ ମାଧୁରୀ ସୋସିଆଲ ମିଡିଆରେ ପ୍ରତିଦିନ କିଛି ଥ୍ରୋବ୍ୟାକ୍ ଫଟୋ ଏବଂ ଭିଡିଓ ସେୟାର କରି ପ୍ରଶଂସକମାନଙ୍କ ମନୋରଞ୍ଜନ କରୁଛନ୍ତି ।
- " class="align-text-top noRightClick twitterSection" data="
">
ନିକଟରେ ମାଧୁରୀ ଇନଷ୍ଟାଗ୍ରାମ ଆକାଉଣ୍ଟରେ ତାଙ୍କର ଏକ ପୁରୁଣା ଫଟୋ ସେୟାର କରିଛନ୍ତି ।
ଫଟୋ ସହିତ କ୍ୟାପସନରେ ମାଧୁରୀ ଏକ ଶାୟରି ଲେଖିଛନ୍ତି, 'ଲାକର ଥୋଡିସି ଖୁସି ଅପନେ ଚେହେରେ ପର, ହମନେ ଖୁଦ କୋ ଦୁସରେ ସେ ଅଲଗ ବନା ଲିୟା, ଲୋଗ ଧୁଣ୍ତତେ ରହେ ମୁସକାରେନେ କା କାରଣ, ହମନେ ଦୁସରୋ କି ଖୁସି କୋ ଅପନା ବନା ଲିୟା' ।
ମାଧୁରୀଙ୍କ ଏହି ଫଟୋକୁ ପ୍ରଶଂସକମାନେ ପସନ୍ଦ କରିବା ସହିତ ତାଙ୍କ କ୍ୟାପସନକୁ ମଧ୍ୟ ପ୍ରଶଂସା କରୁଛନ୍ତି ।
ବର୍ତ୍ତମାନ କରୋନା ଭାଇରସ୍ ଯୋଗୁଁ ମାଧୁରୀ ନିଜ ପରିବାର ସହିତ ସମୟ କଟାଉଛନ୍ତି ।
ମାଧୁରୀ ଗତ ବର୍ଷ 'କଲଙ୍କ' ଏବଂ 'ଟୋଟାଲ ଧମାଲ'ରେ ନଜର ଆସିଥିଲେ । ମାଧୁରୀଙ୍କୁ ରିଅଲିଟି ସୋ 'ଡ୍ୟାନ୍ସ ଦିୱାନ'ର ନୂଆ ସିଜନରେ ଜଜ ରୂପେ ଦେଖିବାକୁ ମିଳିବ ।
ପ୍ରକାଶ ଥାଉକି, ମାଧୁରୀ ନିକଟରେ ତାଙ୍କ ଗୀତ 'କ୍ୟାଣ୍ଡେଲ' ରିଲିଜ୍ କରିଥିଲେ । ଯାହା ତାଙ୍କର ଡେବ୍ୟୁ ଗୀତ ଥିଲା । ଏହି ଗୀତଟି ଅଭିନେତ୍ରୀଙ୍କ ପ୍ରଶଂସକଙ୍କ ସମେତ ଅନେକ ବଲିଉଡ ସେଲିବ୍ରିଟିଙ୍କ ଦ୍ୱାରା ପ୍ରଶଂସା କରାଯାଇଥିଲା ।