ETV Bharat / sitara

ଡାନ୍ସ ଦିୱାନେ ଷ୍ଟେଜରେ ହ୍ରିତିକଙ୍କ ସହ ନାଚିବେ ଧକଧକ ଗାର୍ଲ

author img

By

Published : Jul 1, 2019, 4:33 PM IST

'ସୁପର-30'ର ପ୍ରମୋଟ କରିବାକୁ ହ୍ରିତିକ ପହଞ୍ଚିବେ ଛୋଟ ପରଦାର ରିୟାଲିଟି ଶୋ 'ଡାନ୍ସ ଦିୱାନେ'ରେ । ଆଉ ଦେଖିବାକୁ ମିଳିବ ମାଧୁରୀ ଓ ହ୍ରିତିକଙ୍କ ଜବରଦସ୍ତ ଡାନ୍ସ ।

ଡିଜାଇନ ଫଟୋ

ମୁମ୍ବାଇ: ସୁପରଷ୍ଟାର ହ୍ରିତିକ ରୋଶନଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ 'ସୁପର-30' ବର୍ତ୍ତମାନ ରିଲିଜ ହେବାକୁ ପ୍ରସ୍ତୁତ ହୋଇସାରିଲାଣି । ଫିଲ୍ମ ରିଲିଜ ପୂର୍ବରୁ ହ୍ରିତିକ ଫିଲ୍ମରେ ପ୍ରମୋଶନରେ ବ୍ୟସ୍ତ ହେବାକୁ ଯାଉଛନ୍ତି । ସେ ସର୍ବପ୍ରଥମେ ଫିଲ୍ମ ପ୍ରମୋଶନ ପାଇଁ କଲର୍ସର ଚ୍ୟାନେଲର ପପୁଲାର ରିୟାଲିଟି ଡାନ୍ସ ଶୋ 'ଡାନ୍ସ ଦିୱାନେ'ରେ ନଜର ଆସିବେ ।

ଫ୍ୟାନ୍ସଙ୍କ ପାଇଁ ସବୁଠାରୁ ମଜାଦାର ହେବାକୁ ଯାଉଛି ଯେ ହ୍ରିତିକ ଶୋର ଜଜ ଅର୍ଥାତ୍ ଧକ୍ ଧକ୍ ଗାର୍ଲ ମାଧୁରୀ ଦୀକ୍ଷିତଙ୍କ ସହ ଶାହରୁଖ ଖାନଙ୍କ ଫିଲ୍ମ 'କୋଏଲା'ର ଆଇକୋନିକ ସଙ୍ଗ 'ଘୁଙ୍ଗଣ୍ଟେ ମେଁ ଚନ୍ଦା'ର ରିକ୍ରିଏଟ କରୁଥିବାର ଦେଖାଯିବେ । ବଲିଉଡର ଦୁଇ ସୁପର ଡାନ୍ସର ମାଧୁରୀ ଓ ହ୍ରିତିକଙ୍କୁ ଏକାଠି ଡାନ୍ସ କରୁଥିବାର ଦେଖିବା ଦର୍ଶକଙ୍କ ପାଇଁ କୌଣସି ଉପହାର ଠାରୁ କମ ହେବ ନାହିଁ ।

ଏହାସହ ଶୋର ପ୍ରତିଯୋଗୀ ମଧ୍ୟ ହ୍ରିତିକଙ୍କ ସହ ପୁସ-ଅପ କରିବାର ଚ୍ୟାଲେଞ୍ଜ ଗ୍ରହଣ କରିବେ । ପ୍ରକାଶ ଥାଉକି ଶାହରୁଖ ଓ ମାଧୁରୀଙ୍କ ଲୋକପ୍ରିୟ ଫିଲ୍ମ 'କୋଏଲା'ର ନିର୍ଦ୍ଦେଶନା ହ୍ରିତିକଙ୍କ ପିତା ରାକେଶ ରୋଶନ କରିଥିଲେ ।

ଅନ୍ୟପଟେ 'ଡାନ୍ସ ଦିୱାନେ' ସିଜନ 2ରେ ଜଜ ମାଧୁରୀଙ୍କ ବ୍ୟତୀତ 'ଧଡକ' ନିର୍ଦ୍ଦେଶକ ଶଶାଙ୍କ ଖେତାନ ଓ କୋରିଗ୍ରାଫର ତୁଷାର କଲାୟି ମଧ୍ୟ ଜଜ କରୁଛନ୍ତି ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.