ମୁମ୍ବାଇ: ଚର୍ଚ୍ଚାରେ ଗ୍ଲୋବାଲ ଆକ୍ଟ୍ରେସ ପ୍ରିୟଙ୍କା ଚୋପ୍ରାଙ୍କ ବର୍ଥଡେ’ । ଜୁଲାଇ 18ରେ 36 ବର୍ଷରେ ପଦାର୍ପଣ କରିବେ ପ୍ରିୟଙ୍କା । ନିକ ଜୋନସଙ୍କ ସହ ବିବାହ ପରେ ପିସିଙ୍କ ଏହା ପ୍ରଥମ ଜନ୍ମଦିନ । ତେବେ ଏଥର ତାଙ୍କ ବର୍ଥଡେ ଖାସ ହେବ ନେଇ ଚର୍ଚ୍ଚା ଜୋର ଧରିଛି । ଲାଗୁଛି କି ପିସିଙ୍କ ମା' ମଧୁ ଚୋପ୍ରା ଏବେ ଠାରୁ ହିଁ ଲାଡଲୀଙ୍କ ବର୍ଥଡେ ସେଲିବ୍ରେଶନ ଆରମ୍ଭ କରିଦେଇଛନ୍ତି ।
- " class="align-text-top noRightClick twitterSection" data="
">
ସେ ସୋସିଆଲ ମିଡିଆରେ ପ୍ରିୟଙ୍କାଙ୍କ ପିଲା ବେଳର ଗୋଟିଏ ଫଟୋ ସେୟାର କରିଛନ୍ତି । ଏହାକୁ ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି, ବର୍ଥ ଡେ ବମ୍ପ ଜଲଦି ମିଳିବ । ବର୍ତ୍ତମାନ ପିସିଙ୍କ ଏହି ଫଟୋଟି ଖୁବ୍ ଭାଇରାଲ ହେବାରେ ଲାଗିଛି ।
ସେୟାର ହୋଇଥିବା ଏହି ଫଟୋରେ ପ୍ରିୟଙ୍କା ବହୁତ କ୍ୟୁଟ ନଜର ଆସୁଛନ୍ତି । ମଧୁ ତାଙ୍କୁ କୋଳରେ ଧରିଥିବାର ଦେଖାଯାଉଛନ୍ତି ।